ବଡଚଣା / ବେଦପ୍ରକାଶ ନାୟକ : ଯାଜପୁର ବ୍ରିଜ ତଳକୁ ଖସି ପଡିଲା କାର ତିନି ଗୁରୁତର । ସୂଚନା ଅନୁଯାଇ ଗତ କାଲି ବିଳମ୍ବିତ ରାତିରେ ୫୩ ନମ୍ବର ଜାତୀୟ ରାଜପଥ ର ଝାଟିଆପଡା ନିକଟରେ ଏକ କାର ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡିଛି । ବ୍ରିଜ ତଳେ ଯାଇଥିବା କୁଆଁରିଆ ନାଳରେ କାର ଟି ପଡି ଯିବାରୁ କାର ରେଥିବା ତିନି ଜଣ ଯାତ୍ରୀ ଗୁରୁତର ହୋଇଛନ୍ତିା କାରଟି ଡ଼ୁବୁରୀରୁ କଟକ ଅଭିମୁଖେ ଫେରୁଥିବା ବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡିଥିଲା ।
ଘଟଣା ସ୍ଥଳରେ ଧର୍ମଶାଳା ଅଗ୍ନିଶମ ବାହିନୀ ପହଂଚି ଗୁରୁତରଙ୍କୁ ଉଦ୍ଧାର କରି ବଡ଼ଚଣା ମେଡିକାଲ ପଠାଇ ଥିଲେ । ପରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛିା ୫୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ୟ୍ୟ ଚାଲୁ ରହିଥିବା ବେଳେ ବ୍ରିଜ ଟି ପୁରୁଣା ହୋଇ ଥିବାରୁ ସାଇଡ ରେଲିଙ୍ଗ ନଥିବାରୁ କାରଟି ବ୍ରିଜ ତଳକୁ ଖସି ପଡିଥିଲା । ଏଠାରେ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ୟ୍ୟ ମନ୍ଥର ଗତିରେ ଚାଲୁଥିବାରୁ ଏହି ରାସ୍ତାରେ ବାରମ୍ବାର ଏହିଭଳି ଦୁର୍ଘଟଣା ଘଟୁଛିା