ପ୍ରାକୃତିକ ବିନାଶରେ ହଟହଟା ଜାପାନ । ଜାପାନ ପାଣିପାଗ ବିଭାଗ ମୁତାବିକ ଆଜି ସ୍ଥାନୀୟ ସମୟ ପୂର୍ବାହ୍ନ ୧୧ଟା ୪୮ମିନିଟ୍ ରେ ଭୂମିକମ୍ପ ଅନୂଭୂତ ହୋଇଥିଲା । ଆଓମୋରିର ପ୍ରଶାନ୍ତ ମହାସାଗରୀୟ ଉପକୂଳରୁ ପ୍ରାୟ ୮୦ କିଲୋମିଟର ଗଭୀରତାରେ ଏହା ଘଟିଥିଲେ ସୁଦ୍ଧା ସୁନାମି ନେଇ କୌଣସି ଚେତାବନୀ ଜାରି କରାଯାଇ ନାହିଁ । ଉତ୍ତର ଜାପାନର ଆଓମୋରି ପ୍ରଦେଶରେ ୫.୮ ତୀବ୍ରତାରେ ଭୂକମ୍ପ ହୋଇଛି ।

ତେବେ ମଙ୍ଗଳବାର ଦିନ ଜାପାନର କୁମାମୋଟୋ ପ୍ରଦେଶରେ ୭.୧ ପ୍ରବଳ ତୀବ୍ରତାର ଏକ ଭୂକମ୍ପ ହୋଇଥିଲା । ଯେଉଁଥିରେ ୩୫ ଜଣଙ୍କର ମୃତ୍ୟୁ ଘଟିଥିଲା । ସେହି ଭୂକମ୍ପ ପରେ ସୁନାମି ଚେତାବନୀ ଜାରି କରାଯାଇଥିବାବେଳେ ପୁଣି ଏକ ଭୂକମ୍ପ ଜାପାନକୁ ଥରାଇଦେଇଛି । ଜାପାନ ବାରମ୍ବାର ପ୍ରକୃତିର ବିନାଶର ଶିକାର ହୋଇଛି ।