ପୁରୀ: ମହାପ୍ରଭୁଙ୍କ ଦର୍ଶନ ପାଇଁ ଧାଡିରେ ଅପେକ୍ଷା କରିଥିବା ଜଣେ ବଙ୍ଗୀୟ ଭକ୍ତ ଅସୁସ୍ଥ । ସିଂହଦ୍ୱାର ନିକଟରେ ଥିବା ବେରିକେଡରେ ହଠାତ ଅସୁସ୍ଥ ହୋଇ ପଡିଥିଲେ ଭକ୍ତ। ତୁରନ୍ତ ଶ୍ରୀ ମନ୍ଦୀର ପକ୍ଷରୁ ଡ୍ୟୁଟିରେ ଥିବା ପୁଲିସ ବେରିକେଡରେ ତାଙ୍କ ବିଶ୍ରାମର ବ୍ୟବସ୍ଥା କରିଥଲେ । ତାଙ୍କ ପରିବାରର ଲୋକ ଚିନ୍ତିତ ହୋଇ ପଡିଥିଲେ କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥାରେ କିଛି ସୁଧାର ଦେଖାଯାଇ ନଥିଲା । ସୁଗାର କମିଯିବା ଆଶଙ୍କା କରି ପ୍ରାଥମିକ ଚିକିତ୍ସା କରାଯାଇଥିଲା କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥାରେ କିଛି ସୁଧାର ଦେଖାଯାଇ ନଥିଲା । ହେଲେ ଏସବୁ ସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାର କୌଣସି ପରିବର୍ତ୍ତନ ହୋଇନଥିଲା। ଏଣୁ ଶ୍ରୀମନ୍ଦିର ପ୍ରଶାସନର ଆମ୍ବୁଲାନସରେ ପୁରୀ ସଦର ହସପିଟାଲକୁ ପଠାଯାଇଛି।