୫-ଟି ସଚିବଙ୍କ ବଲାଙ୍ଗୀର ଗସ୍ତର ଦ୍ବିତୀୟ ଦିନ

ବଲାଙ୍ଗୀର: ୫-ଟି ସଚିବଙ୍କ ବଲାଙ୍ଗୀର ଗସ୍ତର ଦ୍ୱିତୀୟ ଦିନ । ତୃଣମୂଳସ୍ତରର ବିକାଶର ନନଷ୍ଟପ ସମୀକ୍ଷା । ବଲାଙ୍ଗୀର ସମଲେଇ ମାଁଙ୍କୁ ଦର୍ଶନ କରି ରୂପାନ୍ତର ପାଇଁ ସେବାୟତଙ୍କ ସହ ଆଲେଚନା କରିଛନ୍ତି । ଖୁବଶୀଘ୍ର ଭବ୍ୟ ମନ୍ଦିର ନିର୍ମାଣ କରାଯିବ ।

ଜିଲ୍ଲା ମନ୍ଦିରର ପ୍ଲାନ କରି ପଠାଇବେ ବୋଲି କହିଛନ୍ତି ୫ଟି ସଚିବ । ମନ୍ଦିରର ବିକାଶ କାର୍ୟ୍ୟର ସମୀକ୍ଷା କରିଛନ୍ତି । ଲୋକଙ୍କୁ ଭେଟିବା ସହ ଅଭିଯୋଗ ପତ୍ର ଗ୍ରହଣ କରୁଛନ୍ତି । ସିଏମ୍ଓ ଲୋକଙ୍କ ପାଖରେ ପହଞ୍ଚିଥିବାରୁ ୫ଚି ସଚିବଙ୍କୁ ନିଜର ଦାବି ପତ୍ର ପ୍ରଦାନ କରୁଛନ୍ତି ଲୋକେ ।

ସହରରେ ଥିବା ମନ୍ଦିର, ମସଜିଦ, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟରର ବିକାଶ ନେଇ ହୋଇଥିବା ଆବେଦନକୁ ଶୀଘ୍ର ପୂରଣ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀ ସପ୍ତାହକ ଭିତରେ ଖୁସି ଖବର ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ୫ଟି ସଚିବ । ଏହାସହ ଅନ୍ୟ ସବୁ ସମସ୍ୟାର ତର୍ଜମା କରାଯାଇ ମାସକ ଭିତରେ ସମାଧାନ କରାଯିବ ବୋଲି କହିଛନ୍ତି ୫ଟି ସଚିବ ।