ଲୋକସଭାରେ ସାଂସଦ ପଦ ପେରିପାଇଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଲୋକସଭାରେ ସାଂସଦ ପଦ ପେରିପାଇଲେ ରାହୁଲ ଗାନ୍ଧୀ । ଏନେଇ ସଚିବାଳୟ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି । ମୋଦୀ ସରନେକୁ ନେଇ ବିବାଦୀୟ ବୟାନ ମାମଲାରେ ସୁପ୍ରିମକୋର୍ଟରୁ ସୁପ୍ରିମ ଆଶ୍ବସ୍ତି ମିଳିବା ପରେ ଏବେ ରାହୁଲ ଗାନ୍ଧୀ ସାଂସଦ ପଦ ଫେରି ପାଇଛନ୍ତି। ମୋଦୀ ସାଙ୍ଗିଆକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ମାନହାନୀ ମାମଲାରେ ରାହୁଲଙ୍କୁ ସର୍ବୋଚ୍ଚ ନ୍ୟାୟାଳୟରୁ ବଡ଼ ଆଶ୍ବସ୍ତି ମିଳିଥିଲା। ଏହି ମାମଲାରେ ଗୁଜରାଟ ନିମ୍ନ ଅଦାଲତ ରାହୁଲଙ୍କ ପ୍ରତି କରିଥିବା ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଥିଲା। ଏହାଛଡ଼ା ରାହୁଲ ଯେଭଳି ତାଙ୍କ ସାଂସଦ ପଦ ଫେରି ପାଇବେ ସେଥିନେଇ ତୁରନ୍ତ ପ୍ରକ୍ରିୟା ଆରମ୍ଭ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଫଳରେ ରାହୁଲ ହରାଇଥିବା ସାଂସଦ ପଦ ପୁଣିଥରେ ଫେରି ପାଇବାକୁ ବାଟ ଖୋଲିଥିଲା।