ଶେରଗଡ଼ ବ୍ଲକରେ ବ୍ଲକ ସ୍ତରୀୟ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଜନଶୁଣାଣୀ ଶିବିର ଅନୁଷ୍ଠିତ

ଗଞ୍ଜାମ :ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ସଭାଗୃହ ଠାରେ ବ୍ଲକ ସ୍ତରୀୟ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ସାମାଜିକ ସମୀକ୍ଷା ଓ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଅକ୍ଟୋବର 2022ଠାରୁ ମାର୍ଚ୍ଚ 2023ପର୍ଯ୍ୟନ୍ତ ଏକ ସାମାଜିକ ସମୀକ୍ଷା ଅନୁଷ୍ଠିତ ହୋଇଥିଲା। ସାମାଜିକ ସମୀକ୍ଷା ଓ ଜନ ଶୁଣାଣି ଶିବିରରେ ଶେରଗଡ଼ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବାଶିଷ ବରାଳଙ୍କ ସଂଯୋଜନାରେ ଏହି ସାମାଜିକ ସମୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଶ୍ରୀ ଲୋକନାଥ ଦଳ ବେହେରା ଜି ଏମ, ଡି ଆଇ,ସି,ଶେରଗଡ଼ ପଞ୍ଚାୟତସମିତି ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକ, ସୀମାଞ୍ଚଳ ଦାଶ ସହକାରୀ ନିର୍ବାହୀ ଯନ୍ତ୍ରୀ, କେଦାର ନାଥ ପଣ୍ଡା ସହକାରୀ ଯନ୍ତ୍ରୀ, ରବୀନ୍ଦ୍ର ନାଥ ମଲଣା ଜିଲ୍ଲା ସାମାଜିକ ସମୀକ୍ଷକ, ବିଷ୍ଣୁ ପ୍ରସାଦ ପଣ୍ଡା ଅତିରିକ୍ତ ଅଧିକାରୀ, ଜିପିଇଓ ଜି.ରବିକୁମାର ,ଗାଣ୍ଡୁ ନାହାକ ବ୍ଲକ ସାମାଜିକ ସମୀକ୍ଷକ ସମେତ ବ୍ଲକର ସମସ୍ତ ପଞ୍ଚାୟତ ପ୍ରତିନିଧି, ଜିଲ୍ଲାପରିଷଦ ସଭ୍ୟ , ଜନସାଧାରଣ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।