ମୃତ ଶିକ୍ଷକଙ୍କ ପରିବାରକୁ ଗୁରୁଛାତ୍ର କଲ୍ୟାଣ ପାଣ୍ଠି ଦ୍ୱାରା ସହାୟତା ରାଶି ପ୍ରଦାନ

ହିଞ୍ଜିଳିକାଟୁ: ଗଂଜାମ ଜିଲ୍ଲାରେ କାର୍ଯ୍ୟରତ ଶିକ୍ଷକ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ତା ହୋଇଛି I ଗଂଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରୟାସରେ ଗୁରୁଛାତ୍ର କଲ୍ୟାଣ ପାଣ୍ଠି ଯୋଜନା କାର୍ଯ୍ୟକ୍ଷମ ହୋଉଥିବା ବେଳେ ନିକଟଅତିତରେ ମୃତାହତ ହେଉଥିବା ଶିକ୍ଷକ ମାନେ ସୁବିଧା ସୁଯୋଗ ପାଉଛନ୍ତି I ଗତଦିନ ପୂର୍ବେ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରାଜୀବ ଲୋଚନ ଶବରଙ୍କ କାର୍ଯ୍ୟରତ ସମୟରେ ମୃତ୍ୟୁ ଘଟିଥିଲା I ଯାହାଫଳରେ ତାଙ୍କ ପରିବାର ବର୍ଗଙ୍କୁ ସାନ୍ତ୍ୱନା ଦେବା ସହିତ ସମସ୍ତଙ୍କ ମନରେ ସାହସ ଆଣିବା କହିଛନ୍ତିI

ପରିବାରବର୍ଗଙ୍କୁ ହିଞ୍ଜିଳିକାଟୁ ଗୋଷ୍ଟି ଶିକ୍ଷାଅଧିକାରୀ ରାଜୀବ ଶବରଙ୍କ ସ୍ତ୍ରୀ ସବିତା ସବରଙ୍କୁ ଗୁରୁଛାତ୍ର କଲ୍ୟାଣ ପାଣ୍ଠି ଦ୍ୱାରା ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ I ଉକ୍ତ ସମୟରେ ପରିବାରଙ୍କୁ ସମବେଦନା ଜଣାଇବା ପାଇଁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା ସମ୍ପାଦକ ପୂର୍ଣଚନ୍ଦ୍ର ମହାରଣା,ହିଞ୍ଜିଳି ବ୍ଲକ ସଭାପତି ଉଲ୍ଲାସ ଚନ୍ଦ୍ର ବେହେରା,ପି.ଏସ.ଟି.ଏ ର ଜିଲ୍ଲା ସମ୍ପାଦକ ଜି.ଟ୍ରିପତି,ହିଞ୍ଜିଳି ବ୍ଲକ ସମ୍ପାଦକ ପି.ଶିଶିର କୁମାର ଏବଂ ସଭାପତି କାଁହୁ ଚରଣ ସାହୁ ଉପସ୍ଥିତ ଥିବା ବେଳେ ଏଭଳି ଯୋଜନା କେବଳ ଗଂଜାମ ଜିଲ୍ଲାରେ ଚାଲିଥିବା ବେଳେ ଜିଲ୍ଲାର କାର୍ଯ୍ୟରତ ସମସ୍ତ ଶିକ୍ଷା ଶିକ୍ଷୟିତ୍ରୀ ମାନଙ୍କୁ ଅସୁବିଧାରେ ସହାୟତା କରାଯିବ ବୋଲି ମତପ୍ରକାଶ କରିଥିଲେ I