ଆଜି ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ

ନୂଆଦିଲ୍ଲୀ: ଆଜି ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ । ବର୍ତ୍ତମାନ ସୁଦ୍ଧା ୬କୋଟିରୁ ଉର୍ଦ୍ଧ ଲୋକ ଆୟକର ଦାଖଲ କରିଥିଲେ ସୁଦ୍ଧା ଏବେ ବି ଅନେକ ବ୍ୟକ୍ତି ଆଇଟିଆର ଫାଇଲ କରିନାହାନ୍ତି । ତେଣୁ ଯଦି ଆପଣ ଆୟକର ଦାଖଲ କରିନାହାନ୍ତି ତେବେ ତୁରନ୍ତ କରିନିଅନ୍ତୁ ।
କାରଣ ଡେଡଲାଇନ ବୃଦ୍ଧି କରିବା ନେଇ ସରକାର ଏ ଯାଏଁ କୌଣସି ଘୋଷଣା କରିନାହାନ୍ତି । ଆଜି ଯଦି ଆଇଟିଆର ଫାଇଲ କରୁନାହାନ୍ତି, ତେବେ ଆସନ୍ତା କାଲି ଠାରୁ ଫାଇନ ଲାଗିପାରେ । ଏବେ ନୂଆ ଟ୍ୟାକ୍ସ ସିଷ୍ଟମ ଅନୁସାରେ ଲୋକେ ଆଇଟିଆର ଫାଇଲ କରୁଛନ୍ତି । ଅନଲାଇନରେ ଆଇଟିଆର ଫାଇଲ କରିବା ନେଇ ଏଥର ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି ।