ଓଡ଼ିଆ ଅଭିନେତ୍ରୀଙ୍କ ସଙ୍ଗୀନ ଅଭିଯୋଗ, ପୁରୁଷବନ୍ଧୁ ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓ ଭାଇରାଲ କରିଦେବା ଧମକ

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଓଲିଉଡ୍ ଇଣ୍ଡଷ୍ଟ୍ରି । ଏଥର ରିଲ ନୁହେଁ ରିୟଲ ଲାଇଫ କୁ ନେଇ ଝାମେଲା ପଦାରେ ପଡିଛି । ଓଲିଉଡର ଜଣେ ଜଣାଶୁଣା ନାୟିକାଙ୍କୁ ନେଇ ଆସିଛି ଏକ ଚାଞ୍ଚଲ୍ୟକର ଖବର । ଅଭିନେତ୍ରୀ ଜଣକ ପୁରୁଷବନ୍ଧୁଙ୍କ ନାଁରେ ଯୌନନିର୍ୟାତନାର ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି । ପୁରୁଷବନ୍ଧୁ ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିଦେବ ବୋଲି ଧମକ ଦେଇଛନ୍ତି । ଏନେଇ ଅଭିନେତ୍ରୀ  ଜଣକ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି । ୨୦୨୧ରେ ଆସିଥିବା ଏହି ଅଭିଯୋଗ ପରେ ଥାନାରେ ଉଭୟଙ୍କ ମଧ୍ୟରେ ଦୁଇ ଦୁଇ ଥର ବୁଝାମଣା ହୋଇଥିଲା ।

ଫିଲ୍ମ ଓ ବଡ଼ ବଡ଼ ପ୍ରଡକ୍ସନ ହାଉସରେ କାମ ଦେବାର ପ୍ରଲୋଭନ ଦେଇ ପୁରୁଷ ବନ୍ଧୁ ନାୟିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ନେଇ ବି ଅଭିଯୋଗ ହୋଇଛି। ଆଉ ଏହି ଅନ୍ତରଙ୍ଗ ମୁହୂର୍ତ୍ତକୁ କ୍ୟାମେରାରେ କଏଦ କରି ପୁରୁଷ ବନ୍ଧୁ ବ୍ଲାକମେଲ୍ କରୁଥିବା ମଧ୍ୟ ଜଣାପଡ଼ିଛି। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କେସ୍ ରୁଜୁ କରିଥିଲା ଲକ୍ଷ୍ମୀସାଗର ଥାନା ପୁଲିସ । ଦଫା ୨୬୮, ୨୯୪, ୩୪୯, ୩୫୦, ୩୫୪, ୩୫୪ ଏ, ୩୫୪ ସି, ୩୮୩, ୪୨୦, ୪୬୮, ୪୯୯, ୫୦୩, ୫୦୬ ରେ ମାମଲା ରୁଜୁ ହୋଇଛି । ଆଇଟି ଆକ୍ଟ ୨୦୦୦ର ୬୬ -ଏ, ୬୬-ଇ, ୬୭, ୬୭-ଏ ରେ ମାମଲା ରୁଜୁ ହୋଇଛି ।