ୟୁପିରେ ବନ୍ୟା, ଭାସୁଛି ୪୦୦ OLA କାର

0

ୟୁପି : ୟୁପିରେ ହିଣ୍ଡନ ନଦୀଜେ ଜଳ ଫୁଲୁଛି । ସେଥିପାଇଁ ବନ୍ୟା ପରିସ୍ଥିତି ଦେଖାଦେଇଛି । ବନ୍ୟା ଯୋଗୁ ପ୍ରାୟ ୪୦୦ଟି କାର୍ ପାଣିରେ ବୁଡ଼ି ଯାଇଛି। ଗ୍ରେଟର ନୋଏଡାର ସୁତିୟାନା ଗ୍ରାମ ନିକଟସ୍ଥ ଡମ୍ପିଂ ୟାର୍ଡରେ କାର ପାର୍କିଂ ହୋଇଥିଲା। ତେବେ ସୋସିଆଲ ମିଡିଆରେ ବନ୍ୟା ପାଣିରେ ସମସ୍ତ କାରଗୁଡିକ ବୁଡ଼ିଯିବାର ଫଟୋ ଭାଇରାଲ ହେବାରେ ଲାଗିଛି।ପୋଲିସ ସୂଚନା ମୁତାବକ, ସୁତିୟାନା ଗ୍ରାମରେ ହିଣ୍ଡନ ନଦୀର ବନ୍ୟାପ୍ଲାବିତ ଅଞ୍ଚଳରେ ଓଲା କମ୍ପାନୀର ଏକ କାର୍ ଡମ୍ପିଂ ୟାର୍ଡ ରହିଛି। ଯେଉଁଠାରେ ପାଖାପାଖି ୪୦୦ଟି ଗାଡ଼ି ପାର୍କିଂ ହୋଇଥିଲା।

ୟାର୍ଡର କେୟାର ଟେକର ଦିନେଶ ଯାଦବ ପୋଲିସକୁ କହିଛନ୍ତି ଯେ ପୁରୁଣା ତଥା କରୋନା କାଳର ରିକଭରୀ କାରଗୁଡିକୁ ଏଠାରେ ପାର୍କିଂ କରାଯାଇଥିଲା। ସମସ୍ତ ଗାଡ଼ି ବର୍ତ୍ତମାନ ବନ୍ଦ ପଡ଼ିଛି। ଜଳସ୍ତର ବଢ଼ୁଥିବାରୁ ୟାର୍ଡକୁ ଖାଲି କରିବା ପାଇଁ ଓଲା କମ୍ପାନୀର ପ୍ରବନ୍ଧକଙ୍କୁ ନୋଟିସ କରାଯାଇଛି। ଡମ୍ପିଂ ୟାର୍ଡ ଜଳମଗ୍ନ ହୋଇଯିବା ବିଷୟରେ ଓଲା କମ୍ପାନୀର ଉଚ୍ଚ ସ୍ତରୀୟ ପ୍ରବନ୍ଧକଙ୍କୁ ଜଣାଇ ଦିଆଯାଇଛି।

ସେପଟେ ନୋଏଡା ଅଥରିଟିର ସିଇଓ ଲୋକେଶ ଏମ୍ ଓ ଡିଏମ୍ ମନୀଷ ବର୍ମା କହିଛନ୍ତି ଯେ ପୂର୍ବରୁ ନୋଟିସ ଦିଆଯାଇଥିଲେ ମଧ୍ୟ ଗାଡିଗୁଡ଼ିକୁ ହଟାଯାଇ ନ ଥିଲା। ଓଲା ଡମ୍ପିଂ ୟାର୍ଡ ଅପରେଟର ଏବଂ କମ୍ପାନୀ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।