ଭୁବନେଶ୍ୱର: ସାଲିଆ ସାହିରୁ ନକଲି ମଦ ଜବତ କଲା ପୋଲିସ । ଆଜି ସକାଳୁ ମଇତ୍ରିବିହାର ପୋଲିସ ଭୁବନେଶ୍ୱର ସ୍ଥିତ ସାଲିଆ ସାହିରେ ଚଢାଉ କରି ୫୦୦ ଲିଟରରୁ ଅଧିକ ନକଲି ମଦ ଜବତ କରିଛି । ଏହି ଚଢାଉରେ ଏକ୍ସାଇଜ ଟିମ ବିବିଏସଆର ,ଫ୍ଲାଇଙ୍ଗସ୍କ୍ୱାଡ ବିବିଏସଆର ଓ ମଇତ୍ରିବିହାର ପୋଲିସ ସାମିଲି ରହିଥିଲା । ଏହି ଚଢାଉ ବେଳେ ବେଆଇନ ମଦ ବିକ୍ରି କରୁଥିବା ଅଭିଯୋଗରେ ୧୦ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ସହ ୫୦୦ରୁ ଅଧିକ ଆଇଡି ଲିକୋର ଜବତ କରାଯାଇଛି । ତା ସହିତ ୫୦୦୦ ଲଟରରୁ ଅଧିକ ଆଇଡି ଧୋଇ ନଷ୍ଟ କରାଯାଇଛି ବୋଲି କୁହାଯାଇଛି ।