ନିଶା ହେଲା କାଳ: ସ୍ତ୍ରୀ ଓ ପୁଅକୁ ହତ୍ୟା କଲା ସ୍ୱାମୀ

ଭଦ୍ରକ:  ସ୍ୱାମୀ ସାଜିଲା ସୈତାନ । ସ୍ତ୍ରୀ ଓ ପୁଅକୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ । ଭଣ୍ଡାରୀପୋଖରୀ ଥାନା କୁଶଗଡ଼ିଆ ଗାଁରେ ଏହି ବର୍ବର ହତ୍ୟାକାଣ୍ଡ ଘଟିଛି । ପାରିବାରିକ କଳହରୁ ସ୍ତ୍ରୀ ଓ ପୁଅକୁ ହତ୍ୟା କରିଛି ବାପା । ମୃତକମାନେ ହେଲେ ସ୍ତ୍ରୀ କାଞ୍ଚନ ନାୟକ ଓ ୮ ବର୍ଷର ପୁଅ ଉତ୍ପଳ ନାୟକ । ଏହି ଘଟଣାରେ ଅଭିଯୁକ୍ତ ସ୍ୱାମୀ ଉମେଶ ନାୟକକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ସୂଚନା ଅନୁଯାୟୀ, ଭଣ୍ଡାରୀପୋଖରୀ ଥାନା ବନ୍ତ ଅଞ୍ଚଳର ଉମେଶ ସ୍ତ୍ରୀ ଓ ପୁଅକୁ ଧରି କୁଶଗଡ଼ିଆ ଗାଁରେ ରହୁଥିଲା । ଉମେଶ ମଦ୍ୟ ପାନ କରୁଥିବାରୁ ବିଭିନ୍ନ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡ଼ା ଲାଗି ରହୁଥିଲା । ଗତକାଲି ବିଳମ୍ବିତ ରାତିରେ ସ୍ତ୍ରୀ କାଞ୍ଚନ ଓ ପୁଅ ଉତ୍ପଳକୁ ଶୋଇଥିବା ବେଳେ ତଣ୍ଟି ଚିପି ହତ୍ୟା କରିବା ପରେ ଫେରାର ହୋଇ ଯାଇଥିଲା ଉମେଶ । ପରେ ଅଭିଯୁକ୍ତ କୁ କାବୁ କରି ସ୍ଥାନୀୟ ଲୋକ ପୋଲିସ ଜିମା ଦେଇଥିଲେ । ଏହି ଘଟଣାରେ ଅଭିଯୁକ୍ତ ସ୍ୱାମୀ ଉମେଶ ନାୟକକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।