ଅନୁଗୋଳ: ଯାତ୍ରୀବାହୀ ଘରୋଇ ବସକୁ ୫ ଲକ୍ଷ ଜରିମାନା। ପରିବହନ ଆଇନ ଉଲ୍ଲଂଘନ ଅଭିଯୋଗରେ ମୋଟ ୪ ଲକ୍ଷ ୯୮ ହଜାର ୭୬୪ ଟଙ୍କା ଜରିମାନା କରାଯାଇଛି। ସିଂହବାହିନୀ ନାମକ ଏକ ଘରୋଇ ବସକୁ ଫାଇନ୍ କରିଛନ୍ତି ତାଳଚେର ପରିବହନ ଅଧିକାରୀ । ପରିବହନ ଆଇନ ୧୯୨(କ) ଅନୁଯାୟୀ ପରମିଟ ନଥାଇ ଗାଡି ଚଳାଇବା ପାଇଁ ୧୦ ହଜାର, ଟ୍ୟାକ୍ସ ବାବଦକୁ ବକେୟା ପାଇଁ ୪ ଲକ୍ଷ ୮୮ ହଜାର ୭୬୪ ଟଙ୍କାର ଫାଇନ୍ କଟାଯାଇଛି । ଜରିମାନା ସହ ବସଟିକୁ ପାଲଲହଡା ଥାନାରେ ଜିମା ଦିଆଯାଇଛି ।
ସୁଚନା ଅନୁସାର, ଦୀର୍ଘଦିନରୁ ଏହି ବସଟି ପରିବହନ ଆଇନ ଉଲ୍ଲଂଘନ କରି ଆସୁଥିବା ବେଳେ ନୂତନ ମୋଟର ଯାନ ଆଇନ ଅନୁଯାୟୀ ଫାଇନ କଟାଯାଇଥିବା ତାଳଚେର ଆରଟିଓ ସୂଚନା ଦେଇଛନ୍ତି । ବସଟି ଖମାରରୁ କୋଲକାତା ଅଭିମୁଖେ ଯାଉଥିଲା।