ମଣିପୁର ଲଜ୍ଜା,ମୁଖ୍ୟ ଅଭିଯୁକ୍ତ ଘର ଜାଳିଲେ

ମଣିପୁର: ମଣିପୁରରେ ୨ମହିଳାଙ୍କ ସହ ଯେଉଁଭଳି ଅଭାବନୀୟ ଘଟଣା ଘଟିଛି ତାହା ଦେଶକୁ ଦୋହୋଲାଇ ଦେଇଛି । ମଣିପୁର ଭିଡିଓରେ ଥିବା ମୁଖ୍ୟ ଅଭିଯୁକ୍ତଙ୍କ ଘରେ ଭିକ୍ଷୋଭକାରୀ ନିଆଁ ଲଗାଇଦେଇଛନ୍ତି । ଏହାର ଭିଡିଓ ମଧ୍ୟ ଭାଇରାଲ ହେଉଛି । ମୁଖ୍ୟ ଅଭିଯୁକ୍ତର ନାଁ ଖୁୟରୁମ ହେରାଦାସ ।ନିକଟରେ ମଣିପୁରରେ ୨ ମହିଳାଙ୍କୁ ବିବସ୍ତ୍ର କରି ବିଚ୍ ରାସ୍ତାରେ ଚଲାଇବା ସହ ପଶୁ ଭଳି ବ୍ୟବହାର କରିବାର ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ସାରା ଦେଶରେ ଆଲୋଡନ ସୃଷ୍ଟି ହେବା ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗୁରୁବାର ଥାଉବଲ ଜିଲ୍ଲାରୁ ଗିରଫ କରାଯାଇଥିଲା ।