ମହାରାଷ୍ଟ୍ରରେ ଭୂସ୍ଖଳନ ହୋଇ ଗଲାଣି ୧୩ ଜୀବନ

ମହାରାଷ୍ଟ୍ରରେ ଭୂସ୍ଖଳନ ହୋଇ ୧୩ଜଣଙ୍କ ମୃତ୍ୟୁ ହୋଇଛି ।ମହା ରାଷ୍ଟ୍ରର ରାଇଗଡ ଜିଲ୍ଲାରେ ଭୂସ୍ଖଳନ ହୋଇ ୧୩ ଜଣଙ୍କ ଜୀବନ ଯାଇଥିବା ବେଳେ ୧୦୦ରୁ ଅଧିକ ଲୋକ ଫସି ରହିଥିବା ଅସଙ୍କା କରାଯାଉଛି । ଏହି ଭୂସ୍ଖଳନ ପାଇଁ ୪୮ଟି ପରିବାର ପ୍ରଭାବିତ ହୋଇତବବା  କୁହାଯାଉଥିବା ବେଳେ ୨୦ରୁ ଅଧିକ ଘର କାଦୁଅ ଭିତରେ ଫସିରହିଛନ୍ତି । ଏହି ସମୟରେ ଅଧିକାଂଶ ଲୋକ ଶୋଇଥିବା ହେତୁ ମୃତ୍ୟୁ ସଂଖ୍ୟା ବଡିବାରେ ଲାଗିଛି ।

ସୂଚନା ଅନୁଯାୟୀ, ଗେମ୍ ଖେଳିବା ପାଇଁ ଭଲ ମୋବାଇଲ୍ ନେଟୱାର୍କର ଆବଶ୍ୟକତା ଥିବାରୁ ସକାଳୁ କିଛି ପିଲା ଗାଁ ବାହାରକୁ ଯାଇଥିଲେ। ସେମାନେ ହିଁ ପ୍ରଥମେ ଭୂସ୍ଖଳନ ହେବା ଜାଣି କିଛି ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ ।ଏହି ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ୫ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି। ଏହା ସହ ମହାରାଷ୍ଟ୍ର ସରକାର ଆହତଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ଘୋଷଣା କରିଛନ୍ତି । ଅନ୍ୟପକ୍ଷେ ଏନଡିଆର ଏଫ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।