ଭାରତରେ ନିର୍ମିତ ହେଲା ବିଶ୍ୱର ସର୍ବବୃହତ ବାଣିଜ୍ୟ କେନ୍ଦ୍ର

ସୁରଟ:  ଏବେ ବିଶ୍ୱ ଦେଖିବ ସବୁଠାରୁ ବଡ଼ ଅଫିସ ବିଲ୍ଡିଂ । ଦୁନିଆର ସବୁଠାରୁ ବଡ଼ ଅଫିସ ବିଲ୍ଡିଂ ବର୍ତ୍ତମାନ ଭାରତରେ ଦେଖାଦେବ । ୮୦ ବର୍ଷ ଧରି ପେଣ୍ଟାଗନ୍ ବିଶ୍ୱର ସର୍ବବୃହତ ବିଲ୍ଡିଂ ଥିଲା । ଏବେ ସେହି ଟାଇଟଲ୍ ଗୁଜୁରାଟର ସୁରଟରେ ଥିବା ଏକ ବିଲ୍ଡିଂ ନେବାକୁ ଯାଉଛି । ଏହି ବିଲ୍ଡିଂରେ ଏକ ଡାଇମଣ୍ଡ ଟ୍ରେଡିଙ୍ଗ ସେଣ୍ଟର ରହିବ ବୋଲି ଜଣାପଡ଼ିଛି । ସୁରଟ ବିଶ୍ୱର ଜେମ କେପିଟାଲ ଭାବରେ ଜଣାଶୁଣା । ଏଠାରେ ବିଶ୍ୱର ୯୦% ହୀରା କଟାଯାଇଥାଏ । ନୂତନ ଭାବେ ନିର୍ମିତ ସୁରଟ ଡାଇମଣ୍ଡ ବୋର୍ସ କଟର, ପଲିସର ଏବଂ ବ୍ୟବସାୟୀଙ୍କ ସମେତ ୬୫ ହଜାରରୁ ଅଧିକ ହୀରା ପ୍ରଫେସନାଲଙ୍କ ପାଇଁ ଏକ‘ଓ୍ଵାନ ଷ୍ଟପ୍ ଡେଷ୍ଟିନେସନ’ ହେବ ବୋଲି ଆଉଟଲେଟରୁ ଜଣାପଡ଼ିଛି ।

୧୫ ମହଲା ବିଶିଷ୍ଟ କୋଠାଟି ୩୫ ଏକର ଜମିରେ ନଅଟି ରେକ୍ଟାଙ୍ଗୁଲାର ଷ୍ଟ୍ରକଚରରେ ନିର୍ମାଣ କରାଯାଇଛି । ସେଗୁଡ଼ିକ ଏକ ସେଣ୍ଟ୍ରାଲ ସ୍ପାଇନ ମାଧ୍ୟମରେ ପରସ୍ପର ସହିତ ଯୋଡ଼ି ହୋଇଛନ୍ତି। ସ୍ପ୍ରେଲିଂ କମ୍ପ୍ଲେକ୍ସ ନିର୍ମାଣ କରିଥିବା କମ୍ପାନୀ ଅନୁଯାୟୀ ଏହା ୭.୧ ମିଲିୟନ ସ୍କୟାର ଫୁଟରୁ ଅଧିକ ଚଟାଣ ସ୍ଥାନରେ ନିର୍ମାଣ କରାଯାଇଛି । ଏହି ବିଲ୍ଡିଂକୁ ଚଳିତ ବର୍ଷ ନଭେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ । ବିଲ୍ଡିଂ ନିର୍ମାଣ କାର୍ୟ୍ୟ ଶେଷ କରିବାକୁ ଚାରି ବର୍ଷ ସମୟ ଲାଗିଛି ।

କମ୍ପ୍ଲେକ୍ସରେ ରିକ୍ରିଏସନାଲ ଜୋନ ଏବଂ ପାର୍କିଂ ସ୍ଥାନ ପାଇଁ ୨୦ ଲକ୍ଷ ସ୍କୟାର ଫୁଟ ରହିଛି । ଏହା ହେଉଛି ଏକ ନନ୍ ପ୍ରଫିଟ ଅର୍ଗାନାଇଜେସନ ଯାହାକି କମ୍ପାନୀ ଅଧିନିୟମ ୨୦୧୩ ଧାରା ୮ ଅନୁଯାୟୀ ରେଜିଷ୍ଟର ହୋଇଥିବା ଡାଇମଣ୍ଡ ବୋର୍ସ ଦ୍ୱାରା ପ୍ରୋସାହିତ ହୋଇଛି । ଗୁଜୁରାଟ ସୁରଟରେ ଡାଇମଣ୍ଡ ବୋର୍ସର ପ୍ରତିଷ୍ଠା ଏବଂ ପ୍ରୋମସନ ପାଇଁ ଏହା ନିର୍ମାଣ ହୋଇଛି ।