ବାଲେଶ୍ୱର:ଲୁପ ଲାଇନରେ ପଶିଗଲା ଭଦ୍ରକ-ବାଲେଶ୍ୱର ମେମୁ ଟ୍ରେନ । ଲୋକୋ ପାଇଲଟଙ୍କ ଉପସ୍ଥିତ ବୃଦ୍ଧି ଯୋଗୁ ଟଳିଲା ବିପଦ । ଭଦ୍ରକରୁ ବାଲେଶ୍ୱର ଯାଉଥିଲା ମେମେୁ ଟ୍ରେନ । ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଲା ମେମୁ ଟ୍ରେନ । ନୀଳଗିରି ରୋଡରେ ଦୁର୍ଘଟଣାରୁ ବର୍ତ୍ତିଲେ ଟ୍ରେନ । ଅଳ୍ପକେ ବର୍ତ୍ତିଗଲା ଭଦ୍ରକ-ବାଲେଶ୍ୱର ମେମୁ ଟ୍ରେନ ।ତେବେ କେଉଁଥି ପାଇଁ ଏଭଳି ସମସ୍ୟା ହୋଇଥିଲା ତାହା ଜଣାପଡିନି। ନୀଳଗିରି ରୋଡ଼ରେ ଏହି ସମସ୍ୟା ପରେ ଟ୍ରେନଟି ସେଠାରେ ଦୁଇ ଘଣ୍ଟାରୁ ଅଧିକ ସମୟ ଅଟକି ରହିଥିଲା। ଲୋକ ପାଇଲଟ ଟ୍ରେନକୁ ପଛକୁ ବ୍ରେକ କରି ପୁଣି ବାଲେଶ୍ୱର ଅଭିମୁଖେ ନେଇଛନ୍ତି।