ପ୍ରଭାତ ହେଲେ ଗଞ୍ଜାମ ଜିଲ୍ଲା ବିଜେଡ଼ି ଯୁବ ସାଧାରଣ ସମ୍ପାଦକ

0

ହିଞ୍ଜିଳିକାଟୁ: ହିଞ୍ଜିଳିକାଟୁ ମ୍ୟୁନିସିପାଲିଟିର ଘରେ ଘରେ ପରିଚିତ ଯୁବ ଚେହେରା ତଥା ୱାର୍ଡ ନଂ ୨୦ର ଅଧିବାସୀ ହେଉଛନ୍ତି ପ୍ରଭାତ ମହାରଣା।ପ୍ରଭାତ ଗଞ୍ଜାମ ଜିଲ୍ଲାର ଜଣେ ଜଣାଶୁଣା ନାମ।ସେ ପିଲାଟି ଦିନରୁ ସମାଜସେବାରେ ମନୋନିବେଶ କରି ସରକାର,ପ୍ରଶାସକ ତଥା ଗୁରୁଜନଙ୍କ ନିକଟରୁ ସାଧୁବାଦ ଶୁଣିବା ସହ ଅନେକ ସାମାଜିକ ଅନୁଷ୍ଠାନରୁ ସମ୍ମାନିତ ହୋଇ ଆସୁଛନ୍ତି। ଜୀବନର ଏହି ନୈତିକ ଲକ୍ଷ୍ୟକୁ ଉଚିତ୍ ରୂପେ ସମ୍ପାଦନା କରିବା ପାଇଁ  ଓଡ଼ିଶାର ଶାସକ ଦଳ ବିଜେଡିରେ ଯୋଗଦାନ କରିଥିଲେ। ବିଜେଡିରେ ଯୋଗଦାନ କରିବା ଦିନଠାରୁ ସବୁବେଳେ ଦଳର ଉନ୍ନତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର କାର୍ଯ୍ୟ ଗୁଡ଼ିକୁ କିଭଳି ଲୋକଙ୍କ ନିକଟରେ ପହଞ୍ଚାଇ ପାରିବେ ସେଥିପାଇଁ ତତ୍ପର ରୁହନ୍ତି।ପ୍ରଭାତଙ୍କ କାର୍ଯ୍ୟ ଦକ୍ଷତାକୁ ଉପଲବ୍ଧ କୁ ଦେଖି ଗତବର୍ଷ ଜିଲ୍ଲା ଛାତ୍ର ସଭାପତି ପ୍ରଭାତଙ୍କୁ ହିଞ୍ଜିଳି ମ୍ୟୁନିସିପାଲିଟିର ସାମାଜିକ ଗଣମାଧ୍ୟମ ସମ୍ପାଦକ(ଡିଜିଟାଲ ସେକ୍ରେଟାରୀ) ରୂପେ ଚୟନ କରିଥିଲେ।

ପ୍ରଭାତିଙ୍କ  ଦଳ ପ୍ରତି ନିଃସ୍ୱାର୍ଥପର ତ୍ୟାଗ ମନୋଭାବ ଦେଖି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତ୍ୟନ୍ତ ଖୁସି ଅନୁଭବ କରି ପ୍ରଭାତଙ୍କୁ  ଗଞ୍ଜାମ ଜିଲ୍ଲାର ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଦାୟିତ୍ଵ ପ୍ରଦାନ କରିଛନ୍ତି।ଏହି ଖବର ହିଞ୍ଜିଳି ମ୍ୟୁନିସିପାଲିଟିରରେ ପହଞ୍ଚିବା ପରେ ହିଞ୍ଜିଳି ବିଜେଡି ପରିବାରରେ ଖୁସିର ଲହରୀ ଖେଳିଯାଇଛି।ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅତୁଟ ବିଶ୍ୱାସ ତଥା ଭରଷା କୁ ସମ୍ମାନ ଜଣାଇ ଜୀବନର ଅନ୍ତିମ ନିଃଶ୍ୱାସ ପର୍ଯ୍ୟନ୍ତ ଦଳପାଇଁ ତଥା ସମାଜପାଇଁ ଜୀବନ ଉତ୍ସଗ କରିବି ବୋଲି ପ୍ରଭାତ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।