ତହସିଲଦାରଙ୍କ Y ଷ୍ଟାମ୍ପ  ଜାଲିଆତି କରି  ଧାରା ପଡିଲେ ଦୁର୍ବୁତ୍ତ

ଖୋର୍ଦ୍ଧା: ପ୍ରଶାସନ ସହ ପୋଲିସ୍ ଆଖିରେ ଧୁଳି ଦେଇ କମ୍ପୁଟର ଦୋକାନୀ  ଚଳାଇଥିଲେ ଜାଲି ସିଣ୍ଡିକେଟ୍ । ନକଲି ତହସିଲ ଦାରଙ୍କ ଷ୍ଟାମ୍ପ ସହ ନକଲି ୱେ ବିଲ୍ ତିଆରି କରି  ପଥର ଚାଲାଣ କରି ରୋଜଗାର କରୁଥିଲେ ଲକ୍ଷ ଲକ୍ଷ ଟଙ୍କା । ଏକ ପଥର ଵୋଝେଇ ଟ୍ରକର Y ଫର୍ମକୁ ତଦନ୍ତ କରିବା ବେଳେ ସତ ଆସିଲା ପଦାକୁ। ଟାଙ୍ଗୀ ତହସିଲଦାରଙ୍କ  Y ଷ୍ଟାମ୍ପ  ଫର୍ମ ଜାଲିଆତି କରି  ପଥର ଚୋରା ଚାଲାଣ କରୁଥିବା ଘଟଣା ଜଙ୍କିଆ ପୋଲିସ୍ ହାତରେ ପ୍ରମାଣ ଲାଗିଛି।

ପ୍ରମାଣ ଲାଗିବ ପରେ ୨ଜଣ  କମ୍ପୁଟର ଦୋକାନୀକୁ  ଗିରଫ କରିଥିଲା ଜଙ୍କିଆ ପୋଲିସ । ଗିରଫ  ଦୁଇ ଯୁବକ  ହେଉଛନ୍ତି ଟାଙ୍ଗୀ ତହସିଲ କାର୍ଯ୍ୟାଳୟ  ସମ୍ମୁଖରେ ଥିବା କମ୍ପୁଟର ଦୋକାନର ମାଲିକ ପ୍ରମୋଦ କୁମାର ଦାସ ।  ଅନ୍ୟ ଜଣକ ହେଲେ ନୟାଗଡ ଜିଲା ଚାନ୍ଦପୁର ଦଶ ଦୋଳ ପଡିଆ ସମ୍ନୁଖରେ କମ୍ପୁଟର ଦୋକାନୀ ହୃଷିକେଶ  ସାହୁ। ପୋଲିସ ତାଙ୍କ ଠାରୁ କଲର ପ୍ରିଣ୍ଟର,ନମ୍ବରିଙ୍ଗ ମେସିନ୍, କମ୍ପୁଟର,ନକଲି ସିଲ ଜବତ କରିଛି ଜଙ୍କିଆ ପୋଲିସ।

ଏହା ସହ ନକଲି  Y ଫର୍ମ ବ୍ୟବହାର କରୁଥିବା ଅଭିଯୋଗରେ ଟ୍ରକ୍ ଚାଳକ ସୁରେନ୍ଦ୍ର କୁମାର ପ୍ରଧାନଙ୍କୁ ଗିରଫ କରିବା ସହ ଟ୍ରକକୁ ଜବତ କରିଛି ପୋଲିସ। ଏହି ଘଟଣାରେ ଆଗକୁ ବହୁ  ଲୋକ ଗିରଫ ହେବାର ସମ୍ଭାଵନା ରହିଛି,ତେଣୁ ପଥର ମାଫିଆ ମାନଙ୍କ ମଧ୍ୟ୍ୟରେ କୋକୁଆ ଭୟ ସ୍ରୁଷ୍ଟି ହୋଇଛି।