ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡର ଆଖପାଖ ଅଞ୍ଚଳରେ ବୁଲୁଛନ୍ତି ୨୩ ଟିକିଆ ହାତୀପଲ। ୨୩ ଟିକିଆ ହାତୀପଲକୁ ଘଉଡ଼ାଇବାକୁ ଚେଷ୍ଟା କରୁଥିଲେ ବି ଫେଲ ମାରିଛନ୍ତି ବନବିଭାଗ । ମନହୋରପୁର ଜଙ୍ଗଲରେ ୨୩ଟିକିଆ ହାତୀ ପଲ ଥିବାରୁ ଶୁକୁଲି ଏବଂ ରରୁଆ ବ୍ଲକର ୧୯୮ଟି ଗାଁରେ ବିଜୁଳି କାଟ୍ କରାଯାଇଛି । ନାନା ଅସୁବିଧାରେ ପଡ଼ିଛନ୍ତି ଲୋକେ । ହାତୀ ସୁରକ୍ଷା ପାଇଁ ବିଦ୍ୟୁତ ବିଭାଗ ଏପରି ପଦକ୍ଷେପ ନେଇଥିବା କହିଛି । ହାତୀପଲ କୁଜିଆମ ଗାଁରେ ଜଣଙ୍କ ଘର ଭାଙ୍ଗିବା ସହ କ୍ଷୟକ୍ଷତି କରିଛି । ହାତୀ ଭୟରେ ଘର ସମ୍ମୁଖରେ ନିଆଁ ଜାଳି ସାରା ରାତି ଜଗି ରହୁଛନ୍ତି ଲୋକେ ।