ଦକ୍ଷିଣ ଆଫ୍ରିକାରୁ ଭାରତ ଆସିଥିବା ସୁରଜର ମୃତ୍ୟୁ

ଦକ୍ଷିଣ ଆଫ୍ରିକାରୁ ଭାରତ ଆସିଥିବା ଚିତା ମଧ୍ୟରୁ ଜଣଙ୍କ ପରେ ଜଣଙ୍କର ଯାଛି ଜୀବନ । ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ପୁଣି ଏକ ଚିତାର ମୃତ୍ୟୁ ଘଟିଛି । ଆଜି ସକାଳେ ପାର୍କ ଭିତରୁ ସୁରଜର ମୃତଦେହ ଉଦ୍ଧାର କରାଯାଇଛି । ବାଘଙ୍କ ରକ୍ଷଣା ବେକ୍ଷଣା ଦାୟିତ୍ୱରେ ଥିବା କର୍ମଚାରୀମାନେ ପାର୍କ ଭିତରୁ ଚିତାର ମୃତ ଦେହ ଉଦ୍ଧାର କରିଛନ୍ତି । ସୁଚନା ଅନୁଯାୟୀ ୩ଦିନ ପୂର୍ବରୁ ମଧ୍ୟ ତେଜସ୍ ନାମକ ଏକ ଚିତାର ମୃତ୍ୟୁ ହୋଇଥିଲା । ଏବେ ତେଜସର ମୃତ୍ୟୁ ଘଟିଛି । ଏପର୍ଯ୍ୟନ୍ତ ତେଜସର ପୋଷ୍ଟମର୍ଟମ ରିପୋର୍ଟ ଆସିନାହିଁ । ସାଧାରଣ ଭାବେ ୫ବର୍ଷର ଚିତାର ଓଜନ ୫୦ କିଲୋ ରହୁଥିବା ବେଳେ ତେଜସର ଓଜନ ୪୩ କିଲୋ ଥିଲା । ଏହାର ପିଠି ଏବଂ ବେକରେ ଆଘାତ ଚିହ୍ନ ରହିଥିଲା।  ଗତ ଚାରି ମାସ ମଧ୍ୟରେ କୁନୋରେ ୮ଟି ଚିତାଙ୍କର ମୃତ୍ୟୁ ହୋଇଥିବା ବେଳେ ଚଳିତ ସପ୍ତାହରେ ଏହା ହେଉଛି ଦ୍ୱିତୀୟ ଚିତା ମୃତ୍ୟୁ। ମିଳିଥିବା ସୂଚନା ଅନୁସାରେ, ନିକଟରେ ତେଜସ୍ ଓ ସୂରଜ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ତେଜସ୍‌ର ବେକରେ ଗଭୀର ଆଘାତ ଲାଗିଥିଲା। ଗତ ମଙ୍ଗଳବାର ତା’ର ମୃତ୍ୟୁ ଘଟିଥିଲା। ଏହି ସଂଘର୍ଷରେ ସୂରଜ ମଧ୍ୟ ଗୁରୁତର ଆହତ ହୋଇଥିଲା। ଶୁକ୍ରବାର ତା’ର ମୃତ୍ୟୁ ଘଟିଛି। ଏମାନଙ୍କ ବ୍ୟତୀତ ‘ଅଗ୍ନି’ ନାମକ ଚିତା ବି ଆହତ ହୋଇଛି। ତା’ର ଗୋଡ଼ ଫାଟିଯାଇଥିବା ଜଣାପଡ଼ିଛି।