ଯୁବକଙ୍କ ଗଳାକାଟି ହତ୍ୟା ଅଭିଯୋଗ ଆଣିଲେ ବାପା

ଆଳି/ଅଶ୍ବିନୀ କୁମାର ସାହୁ : ଜାତୀୟ ରାଜପଥ ଉପରେ ଯୁବକଙ୍କୁ କେହି ଦୁର୍ବୁତ୍ତ ଗଳାକାଟି ହତ୍ୟା କରିଥିବାର ଅଭିଯୋଗ ହୋଇଛି। କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଚନ୍ଦନପୋଖରୀ-ଜୟନଗର ରାସ୍ତାର ଚେରଣ୍ଟପଡ଼ା ଛକ ନିକଟରେ ଘଟିଛି ଏହି ହତ୍ୟାକାଣ୍ଡ। ହତ୍ୟାକାଣ୍ଡରେ ଶିକାର ହୋଇଥିବା ଯୁବକ ହେଉଛନ୍ତି କାଳିକାପୁର ଗାଁର ସୁଧାଂଶୁ ବିଶ୍ୱାଳ(୨୮) ।
ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନ ୩ଘଟିକା ସମୟରେ ରାଜକନିକା ବଜ଼ାରରୁ ସ୍କୁଟିରେ ପରିବା ନେଇ ଘରକୁ ଫେରୁଥିବା ବେଳେ ଚେରଣ୍ଟପଡ଼ା ଛକ ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବାର ଲୋକେ ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟଲୋକଙ୍କ ସହାୟତାରେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କେନ୍ଦ୍ରାପଡା ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ସୁଧାଂଶୁଙ୍କର ମୃତ୍ୟୁ ଘଟିଛି। ରାଜକନିକା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।ଅନ୍ୟପଟେ ପୁଅକୁ ଧମକ ଚମକ ଦିଆଯିବା ସହ ଟଙ୍କା ମଗା ଯାଉଥିଲା ସେହି କାରଣକୁ ନେଇ ସୁଧାଂଶୁଙ୍କୁ ଗଳାକାଟି ହତ୍ୟା କାରାଯାଇଛି ବୋଲି ତାଙ୍କ ବାପା କହିଛନ୍ତି। ହେଲା ଏନେଇ ପୋଲିସର ପତିକ୍ରୟା ମିଳିପାରିନାହିଁ।