ବଳଭଦ୍ରଙ୍କ ରଥର ଭୋଇ ସେବକ ନକୁଳ ଭୋଇଙ୍କ ମୃତ୍ୟୁକୁ ନେଇ ଦୁଖଃ ପ୍ରକାଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ

ପୁରୀ:ବଳଭଦ୍ରଙ୍କ ରଥର ଭୋଇ ସେବକ ନକୁଳ ଭୋଇଙ୍କ ମୃତ୍ୟୁକୁ ନେଇ ଦୁଖଃ ପ୍ରକାଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ। ୫୦ବର୍ଷ ଧରି ତାଳଧ୍ଵଜ ରଥର ମୁଖ୍ୟ ରଥ ଚାଳକ ରହିଥିଲେ ନକୁଳ। ବାହୁଡାଯାତ୍ରା ଦିନ ରଥ ଦଉଡି ଆଘାତରେ ଗୁରୁତର ହୋଇ ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥଯାତ୍ରା ଇନସୁରାନ୍ସ ଅନୁସାରେ ୫ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଓ ଅତରିକ୍ତ ଏକଲକ୍ଷ ଟଙ୍କା ତୁରନ୍ତ ତାଙ୍କ ପରିବାରକୁ ପ୍ରଦାନ କରାଯିବ। ପ୍ରତିକ୍ରିୟା ରଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାଶ।