ଆଜି ସରୁଛି +୩ ନାମଲେଖା ଆବେଦନର ଅବଧି

ଭୁବନେଶ୍ୱର: ଆଜି ଯୁକ୍ତ ତିନି ନାମଲେଖା ଆବେଦନ କରିବାର ଶେଷ ତାରିଖ । ଆବେଦନ ସରିବା ପରେ ଆସନ୍ତା ୧୪ ତାରିଖରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ । ପରେ ଜୁଲାଇ ୨୭ରେ ଦ୍ୱତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ପ୍ରକାଶ ପାଇବାକୁ ଥିବା ବେଳେ ଅଗଷ୍ଟ ୩ରେ ତୃତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ପ୍ରକାଶ ପାଇବ । ସେହିପରି ଅଗଷ୍ଟ ୨୧ରେ ଚତୁର୍ଥ ପର୍ଯ୍ୟାୟ , ସେପ୍ଟେମ୍ବର ୧ରେ ପଞ୍ଚମ ଓ ସେପ୍ଟେମ୍ବର ୧୩ରେ ଷଷ୍ଠ ପର୍ଯ୍ୟାୟ ମେରିଟ ଟିଷ୍ଟ ପ୍ରକାଶ ପାଇବ ବୋଲି ଉଚ୍ଚ ଶିକ୍ଷା ବିଭାଗ ସୂଚନା ଦେଇଛି । ସାମ୍ସ ଓ୍ବେବସାଇଟରେ ଆବେଦନ କରୁଛନ୍ତି ଛାତ୍ରଛାତ୍ରୀ । ୨୦୨୨-୨୩ ଶିକ୍ଷାବର୍ଷରେ ୧ ହଜାର ୨୩ଟି ଯୁକ୍ତତିନି କଲେଜର ୨ ଲକ୍ଷ ୫୫ ହଜାର ୯୧୬ ସିଟରେ ନାମଲେଖା ହୋଇଥିଲା । ଚଳିତ ବର୍ଷ ୧୦୪୨ କଲେଜର ୨ ଲକ୍ଷ ୭୦ ହଜାର ୩୪୭ ସିଟରେ ନାମଲେଖା ହେବ । କଳା ବିଭାଗର ୧ ଲକ୍ଷ ୫୧ ହଜାର ୯୦୨, ଫିଜିକାଲ ସାଇନ୍ସରେ ୪୬ ହଜାର ୧୩୯, ବାୟୋଲୋଜିକାଲ ସାଇନ୍ସରେ ୨୮ ହଜାର ୬୯୨, ବାଣିଜ୍ୟର ୩୨ ହଜାର ୩୮୦,  ସେଲ୍ଫ ଫାଇନାନ୍ସିଂର ୨ ହଜାର ୦୮୬ ଓ ସଂସ୍କୃତରେ ୯ ହଜାର ୧୪୮ ସିଟ୍ ରହିଛି ।