ନୂଆଦିଲ୍ଲୀ : ପୁଣି ବିମାନରେ ପରିସ୍ରା କାଣ୍ଡ । ଏୟାର ଇଣ୍ଡିଆ ବିମାନରେ ଯାତ୍ରୀ କରଛନ୍ତି ଅମାନବୀୟ କାଣ୍ଡ । ହଁ ଦର୍ଶକବନ୍ଧୁ ବିମାନ ଚଟାଣରେ ସମସ୍ତଙ୍କ ସାମ୍ନାରେ ପରିସ୍ରା କରିଛହାନ୍ତି ଜଣେ ଯାତ୍ରୀ | ଏହି ଘଟଣାରେ ଗିରଫ ହୋଇଛନ୍ତି ଯାତ୍ରୀ। ମୁମ୍ବାଇରୁ ନୂଆଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର AIC ୮୬୬ ନଂ ବିମାନରେ ଏପରି ଘଟଣା ଦେଖିବାକୁ ମିଳିଛି । ବିମାନଟି ନୂଆଦିଲ୍ଲୀରେ ଅବତରଣ କରିବା ପରେ ଯାତ୍ରୀଙ୍କୁ ଗିରଫ କରାଯାଇଛି।
ଆଇଜିଆଇ ବିମାନବନ୍ଦରରେ ଥିବା ପୋଲିସ ଷ୍ଟେଶନରେ ଫ୍ଲାଇଟ କ୍ୟାପଟେନଙ୍କ ପକ୍ଷରୁ ଏକ ଅଭିଯୋଗ କରାଯାଇଥିଲା, ଏହା ପରେ ଦିଲ୍ଲୀ ପୋଲିସ ଅଭିଯୁକ୍ତଙ୍କୁ ସେଠାରୁ ଗିରଫ କରିଥିଲା। ଅଭିଯୁକ୍ତଙ୍କ ନାମ ରାମ ସିଂ ବୋଲି ଜଣାପଡିଛି। ସୂଚନାଅନୁସାରେ, ଏହି ଘଟଣା ଜୁନ ୨୪ରେ ଏୟାର ଇଣ୍ଡିଆର ଏଆଇସି ୮୬୬ ବିମାନରେ ଘଟିଥିଲା। ପୋଲିସ ଷ୍ଟେଶନରେ ଦିଆଯାଇଥିବା ଏଫଆଇଆର୍ ଅନୁଯାୟୀ, ରାମ ସିଂ ନାମକ ଜଣେ ଯାତ୍ରୀ ବିମାନ ଭିତରେ ଶୌଚ ଓ ପରିସ୍ରା କରିଥିଲେ ଏବଂ ପରେ ଛେପ ପକାଇଥିଲେ। ପୋଲିସ ସୂତ୍ରରୁ ପ୍ରକାଶ ଯେ ଏହି ସମୟ ମଧ୍ୟରେ କ୍ରୁ ସଦସ୍ୟମାନେ ଯାତ୍ରୀଙ୍କୁ ଏକ ମୌଖିକ ଚେତାବନୀ ଦେଇଥିଲେ, କିନ୍ତୁ ଏହା ସତ୍ତ୍ୱେ ସେ ଅଟକି ନ ଥିଲେ।