ଅଜଣା ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟ ହୋଇଥିବା ସନ୍ଦେହ

କରଞ୍ଜିଆ / ବସନ୍ତ କୁମାର ସୋରେନ :ଅଜଣା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଏକତାଳୀ ଗାଁ ମୁଣ୍ଡ ଜଙ୍ଗଲରୁ ଉଦ୍ଧାର ହୋଇଛି ଗଳିତ ମୃତଦେହ । ମୃତ ମହିଳାଙ୍କ ପରିଚୟ ଜଣା ପଡ଼ି ନଥିବା ବେଳେ କେହି ଦୁର୍ବୃତ୍ତ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଗଳିତ ମୃତଦେହ ପ୍ରବଳ ଦୁର୍ଗନ୍ଧ ହେବାରୁ ଗ୍ରାମବାସୀ ଓ ସରପଞ୍ଚ ପ୍ରଥମେ ପୋଲିସ୍ କୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ସାଇଣ୍ଟୀଫିକ୍ ଟିମ୍ ସହ ଯଶୀପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।