ବଣେଇ/ରଞ୍ଜିତ କୁମାର ବାଗ : ଲହୁଣୀପଡ଼ା ଥାନା ଇଲାକା ୫୨୦ ଜାତୀୟ ରାଜପଥ ସୁଖାବନ୍ଧ ନିକଟରେ ଛାତିଥରା ଦୁର୍ଘଟଣା । ଘଟଣା ସ୍ଥଳରେ ଦୁଇ ମୃତ ଅନ୍ୟ ତିନି ଜଣ ଗୁରୁତର । କୋଇଡାପଟୁ ଆସୁଥିବା ଲୁହାପଥର ପରିବହନକାରୀ ଟ୍ରକଟି ବିପରୀତ ଦିଗରୁ ଆସୁଥିବା କାର ଟିକୁ ଧକ୍କା ଦେଇଥିଲା ଯାହାଫଳରେ କାରରେ ଥିବା ଜଣେ ଯାତ୍ରୀ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଜଣେ ଡାକ୍ତରଖାନା କୁ ସ୍ଥାନାନ୍ତରିତ ବେଳେ ମୃତ୍ୟୁ ବରଣ କରିଛି । ଆହତ ଚାରି ବ୍ୟକ୍ତିଙ୍କୁ ପ୍ରଥମେ ଲହୁଣୀପଡ଼ା ଡାକ୍ତରଖାନା ଓ ପରେ ରାଉରକେଲା ସରକାରୀ ସରକାରୀ ଡାକ୍ତରଖାନା କୁ ସ୍ଥାନାତରିତ କରିଥିବା ସୂଚନା ମିଳିଛି । କାର ରେ ଥିବା ବ୍ୟକ୍ତି ଅନୁଗୁଳରୁ କ. ବଲାଙ୍ଗ କୁ ଏକ ବୈବାହିକ କାର୍ୟ୍ୟରେ ଯୋଗ ଦେବାପାଇଁ ଆସୁଥିବାବେଳେ ଏଯାଏଁ କୌଣସି ସଠିକ ପରିଚୟ ମିଳିପାରିନାହିଁ, ଅନ୍ୟପଟେ ଟ୍ରକ ଚାଳକ ଘଟଣା ସ୍ଥଳରୁ ଫେରାର ଥିବା ଖବର ମିଳିଛି ।ସେପଟେ ଲହୁଣୀପଡ଼ା ପୁଲିସ ଘଟଣା ସ୍ଥଳକୁ ପହଂଚି ଗାଡି ଗୁଡିକୁ ଜବତ କରିବା ସହିତ ଘଟଣା ର ଅଧିକ ତଦନ୍ତ ଜାରି ରଖିଛି ।