କଟକ:ବାହାନଗା ଟ୍ରେନ ଦୁର୍ଘଟଣାରେ ଅନେକ ଜୀବନ ହରାଇଥିବା ବେଳେ ଅନେକ ନିଜ ଅତ୍ମୀୟସୋଯନଙ୍କୁ ହରାଇଛନ୍ତି । କିଏ ଆହତ ହୋଇ ଚିକିତ୍ସତ ହେଉଛି ତ ଆଉ କାହାକୁ ତାଙ୍କ ସମ୍ପକିୟ ଏବେବି ଖୋଜିବାରେ ଲାଗିଛନ୍ତି । ଦୁର୍ଘଟଣା ପରେ କିଏ କେଉଁଠିଯାଇ ଚିକିତ୍ସା ହୋଉଛନ୍ତି । ସାଥିରେ ଯାତ୍ରା କରୁଥିବା ପରିଜନ ବି ପାଖରେ ନାହାନ୍ତି । ସେ ହୃଦୟ ବିଦାରକ ଘଟଣାରେ ଅନେକ ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେହିପରେ କରମଣ୍ଡଳ ଟ୍ରେନରେ ଯାତ୍ରା କରୁଥିବା ନବ ଦମ୍ପିତି ଦୁର୍ଘଟଣା ରେ ଅଲଗା ହୋଇଯାଛଥିଲେ । ଦୁର୍ଘଟଣା ସ୍ୱାମି ଆହତ ହୋଇ ଏସିବିରେ ଚିକିତ୍ସିତ ହେଉଥିଲା ବେଳେ ହେଲ୍ପ ଡେସ୍କ ସୂଚନା ଆଧାରରେ ସ୍ୱାମୀଙ୍କ ପାଖରେ ପହଞ୍ଚି ଥିଲେ ସ୍ତ୍ରି । ଏବେ ଦୁହିଁଙ୍କ ଚିକିତ୍ସା ଏସିବିରେ ଚାଲିଥିବା ବେଳେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା କୁହାଯାଉଛି । ସେହିପରି ନେପାଳର ୧୫ ବର୍ଷୀୟ ରାମାନନ୍ଦ ହାଜରା ମଧ୍ୟ ନୂଆ ଜୀବନ ପାଇଥିବା ବେଳେ ତିନିଦିନ ପରେ ତାଙ୍କ ବାପା ମାଆ ଏସସିବିରେ ପହଞ୍ଚି ପୁଅକୁ ଭେଟିଛନ୍ତି । ଦୁର୍ଘଟଣା ଦିନ କରମଣ୍ଡଳ ଏକ୍ସପ୍ରେସରେ ଥିଲେ ରାମାନନ୍ଦ । ଆହତ ଅବସ୍ଥାରେ ତାଙ୍କୁ କଟକ ଏସିସିବି ମେଡିକାଲକୁ ଅଣାଯାଇଥିଲା । ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ହେଲ୍ପ ଡେସ୍କର ସୂଚନା ଓ ସହଯୋଗରେ ରାମାନନ୍ଦଙ୍କ ମାଆ-ବାପା ଏସିସିବିରେ ପହଞ୍ଚି ପୁଅକୁ ଭେଟିଛନ୍ତି ।