ବିମାନ କର୍ମଚାରୀଙ୍କ ଅବହେଳାରୁ, ସହିବାକୁ ପଡିଲା ୨୨ ଲକ୍ଷ ଟଙ୍କାର କ୍ଷତି

ନ୍ୟୁୟର୍କ: ଆଜିକାଲି ବିମାନରେ ଯାତ୍ରା କରିବା ପ୍ରାୟ ସମସ୍ତଙ୍କର ବେଶ୍ ପସନ୍ଦ । ଏହା ଦ୍ୱାରା ସମୟ ମଧ୍ୟ ବଞ୍ଚିଥାଏ । ହେଲେ ବେଳେବେଳେ ବିମାନ କର୍ମଚାରୀଙ୍କ ଅବହେଳା କାରଣରୁ ଯାତ୍ରୀମାନଙ୍କୁ କ୍ଷତି ସହିବାକୁ ପଡିଥାଏ । ନିକଟରେ ଆମେରିକାରେ ବିମାନ କର୍ମଚାରୀଙ୍କ ଅବହେଳାରୁ ଜଣେ ବ୍ୟକ୍ତି ଙ୍କୁ ପ୍ରାୟ ୨୨ ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡିଛି ।

ଆମେରିକାର ବାସିନ୍ଦା ମାଇକେଲ ୱିଲିୟମ୍ସ ନାମକ ଜଣେ ବ୍ୟକ୍ତି ଏହି ଘଟଣାକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଦିନେ ଆମେରିକୀୟ ଏୟାରଲାଇନ୍ସ ଦ୍ୱାରା ଯାତ୍ରା କରୁଥିଲେ । ଇଣ୍ଡିଆନପଲିସ୍ ରୁ ଚାର୍ଲୋଟ୍ ଯିବାବେଳେ ତାଙ୍କର କୃତ୍ରିମ ଗୋଡଟି ବିମାନରେ ହଜିଗଲା । ଯାହାର ମୂଲ୍ୟ ୨୨ ଲକ୍ଷ ଟଙ୍କା ଥିଲା । ଏନେଇ ସେ ଯେତେବେଳେ ଅଭିଯୋଗ କରିଥିଲେ, ଏୟାରଲାଇନ୍ସ କର୍ମଚାରୀମାନେ ତାଙ୍କ କଥାକୁ ଗୁରୁତ୍ୱ ଦେଲେ ନାହିଁ । ଏମିତି କି କ୍ଷତିପୂରଣ ଦେବାକୁ ରୋକଠୋକ୍ ମନା କରିଦେଇଥିଲେ । ପରେ କମ୍ପାନୀ ମାତ୍ର ୫୦ ହାଜର ଦେଇ ଆଉ ଦିଆଯାଇପାରିବ ନାହିଁ ଜଣାଇଥିଲା ।
ୱିଲିୟମ୍ସ କହିଛନ୍ତି ଯେ, ଏୟାରଲାଇନ୍ସର ନିୟମ ଅନୁଯାୟୀ, ଲଗେଜ୍ ନଷ୍ଟ ହେଲେ କିମ୍ବା ହଜିଗଲେ ବିମାନ କମ୍ପାନୀ କ୍ଷତିପୂରଣ ପ୍ରଦାନ କରିଥାଏ । ହେଲେ ଏୟାରଲାଇନ୍ସ ତାଙ୍କୁ ୨୨ ଲକ୍ଷ ଟଙ୍କା ବଦଳରେ ମାତ୍ର ୫୦,୦୦୦ ଟଙ୍କା ପ୍ରଦାନ କରିଥିଲା । ତାଙ୍କ ଦାମୀ ଗୋଡ ବଦଳରେ ତାଙ୍କୁ କମ ଟଙ୍କା ଦିଆଯାଇଥିବାରୁ ସେ ରାଗିଯାଇ ଟଙ୍କା ନେବାକୁ ମନା କରିଦେଇଥିଲେ । କିନ୍ତୁ ଏୟାରଲାଇନ୍ସ ୱିଲିୟମ୍ସଙ୍କ ପ୍ରୋସ୍ଥେଟିକ୍ ଗୋଡ ପାଇଁ ଏତେ ଟଙ୍କା ଦେଇ ପାରିବ ନାହିଁ ରୋକଠୋକ୍ ମନା କରିଦେଲା । ଯାହାକୁ ନେଇ ଖୁବ୍ ଅସନ୍ତୋଷ ପ୍ରକାଶ କରିବା ସହ ସୋସିଆଲ ମିଡ଼ିଆରେ ସେ ସେୟାର କରିଥିଲେ ।