୧୮ରୁ ଗଡିବ ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ

ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ଏହାର ଲୋକାର୍ପଣ ୧୫ ତାରିଖରେ ହେବାର ଥିଲା । ପରେ ଏହାକୁ ୧୮ ତାରିଖକୁ ବଦଳାଯାଇଛି

ଭୁବନେଶ୍ୱର: ଓଡିଶାରେ ଗଡିବ ବନ୍ଦେଭାରତ ଏକ୍ସପ୍ରେସ ।ଆସନ୍ତା ୧୫ରୁ ପୁରୀରୁ ଶୁଭାରମ୍ଭ ହେବାରୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସର ଏବେ ୧୮ତାରିଥକୁ ବଦଳା ଯଇିଛି । ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।ଦକ୍ଷିଣ ପୂର୍ବାଞ୍ଚଳ ରେଳବାଇ ଦ୍ୱାରା ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁସାରେ ପୁରୀରୁ ହାୱଡ଼ା ପର୍ୟ୍ୟନ୍ତ ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିବ ।ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ଏହାର ଲୋକାର୍ପଣ ୧୫ ତାରିଖରେ ହେବାର ଥିଲା । ପରେ ଏହାକୁ ୧୮ ତାରିଖକୁ ବଦଳାଯାଇଛି । ଟ୍ରାଏଲ ରନ ସଫଳତାର ସହ ଶେଷ ହେବା ପରେ ଏବେ ନିୟମିତ ଭାବେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଇବାକୁ ରୂପରେଖ ପ୍ରସ୍ତୁତ ହୋଇଛି । ଘଣ୍ଟାପ୍ରତି ୧୩୦ କିଲୋମିଟର ବେଗରେ ଦୌଡୁଥିବା ବନ୍ଦେ ଭାରତ ଏକ୍ସପ୍ରେସର ଏହାର ଉଦଘାଟନୀ ଉତ୍ସବ ଆସନ୍ତା ୧୮ ତାରିଖରେ ହେବାନେଇ କୁହାଯାଇଛି । ଏହା ବ୍ୟତୀତ ଦକ୍ଷିଣ ପୂର୍ବାଞ୍ଚଳ ରେଳବାଇ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଆହୁରି ଅନେକ କିଛି କୁହାଯାଇଛି । ହାୱଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସର ପ୍ରାଥମିକ ରକ୍ଷଣାବେକ୍ଷଣ (ସିଆରସି)CRC /(ଏସଆରସି) SRC ରେ କରାଯିବ। ହାୱଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସର ୯ଟି ଷ୍ଟେସନ ରହିବ। ସୂଚନା ମୁତାବକ ହାୱଡ଼ା, ହଳଦିଆ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର ରୋଡ, ଖୋର୍ଦ୍ଧା ରୋଡ ଜଙ୍କସନ, କଟକ, ଭୁବନେଶ୍ୱର ଏବଂ ପୁରୀ ରହିବ ବୋଲି ଅନୁମାନ କରାଯାଉଛି । ପୁରୀରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିବେ।