ସଂସଦ ଭିତରେ ସାର୍ଟ ଖୋଲିଲେ ସାଂସଦ

ସୋସିଆଲ ମିଡିଆରେ ଏକ ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ସାଂସଦଙ୍କୁ ଦେଖିବାକୁ ମିଳୁଛି ।
ସେ ସମସ୍ତଙ୍କ ସମ୍ମୁଖରେ ନିଜର ପୋଷାକ ଖୋଲୁଛନ୍ତି। ଭିଡିଓଟି ନେପାଳର ବୋଲି ଜଣାଯାଇଛି । ଜଣେ ନିର୍ଦ୍ଦଳୀୟ ସାଂସଦ ଅମରେଶ କୁମାର ସିଂହ ସୋମବାର ସଂସଦ ଭିତରେ ସମସ୍ତଙ୍କ ସମ୍ମୁଖରେ ନିଜର ସାର୍ଟ ଖୋଲି ଦେଇଥିଲେ । ତାଙ୍କର ଅଭିଯୋଗ ଥିଲା ଯେ, ତାଙ୍କୁ ସଂସଦରେ କହିବା ପାଇଁ ସମୟ ଦିଆ ଯାଉନାହିଁ ।


ସାଂସଦ ଅମରେଶ ଅଭିଯୋଗ କରିଛନ୍ତି, ବାଚସ୍ପତି ଦେବରାଜ ଘିମିରେ ତାଙ୍କୁ ହାଉସ ଅଫ ରିପ୍ରେଜେଣ୍ଟେଟିଭରେ କହିବାର ସୁଯୋଗ ଦେଇନଥିଲେ । ଏପରିକି ସ୍ପିକର ତାଙ୍କୁ ଚେତାବନୀ ଦେଇଥିଲେ, ଗୃହରେ ଶାନ୍ତିଶୃଙ୍ଖଳା ରକ୍ଷା ନ କଲେ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ । ତେଣୁ ଏହାର ପ୍ରତିବାଦରେ ସେ ଏପରି କରିଛନ୍ତି।
ଅମରେଶ କୁମାର ସିଂହ କଂଗ୍ରେସର ପୂର୍ବତନ ନେତା । ଗତବର୍ଷ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ । କାରଣ ତାଙ୍କୁ ନେପାଳୀ କଂଗ୍ରେସ ଟିକେଟ ଦେଇ ନ ଥିଲା । ଦିଲ୍ଲୀ ଜେଏନୟୁରୁ ପିଏଚଡି କରିବା ପରେ ସେ ରାଜନୀତିକୁ ଆସିଥିଲେ । ନେପାଳ ସଂସଦରେ ପ୍ରଥମ ଥର ପାଇଁ ଏପରି ଘଟଣା ଘଟିଛି ।