ରାଜ୍ୟରେ ବିଦ୍ୟୁତ୍ ସରବରାହରେ କୌଣସି ଅସୁବିଧା ନାହିଁ

ରାଜ୍ୟ:ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ବିଦ୍ୟୁତ୍ କାଟ୍ ଏହାକୁ ଆହୁରି ଦୁଃର୍ବିସହ କରୁଛି । ରାଜ୍ୟରେ ବିଦ୍ୟୁତ୍ ସରବରାହରେ କୌଣସି ଅସୁବିଧା ନାହିଁ…ରାଜ୍ୟରେ ଇଲେକ୍ଟ୍ରିସିଟ ସପ୍ଲାଏ ର କୌଣସି ଅଭାବ ନାହିଁ । ଅନେକ ଜାଗାରେ ଓଭର ଲୋଡୀଂ ଦ୍ୱାରା ପାୱାର ଲାଇନ ଟ୍ରିପ ହେଇ ଯାଉଛି । ବିଶେଷ କରି ଭୁବନେଶ୍ୱର ଅଞ୍ଚଳରେ ଗୋଟେ ଥର ଲାଇନ ଟ୍ରିପ କରିଗଲେ 6 ରୁ 7 ଘଣ୍ଟା ଲାଗୁଛି ତାକୁ ଠିକ କରିବା ପାଇଁ । ଆଉ ଗାଁ ଗହଳିରେ ଏହି ସମୟ ଟିକିଏ ଅଧିକ ନେଉଛି। କେମିତି ନିରବଛିନ୍ନ ବିଜୁଳି ଯୋଗାଇ ଦେଇ ପାରିବୁ ଆମେ ଆମ ସମସ୍ତ ଙ୍କ ତରଫରୁ ଚେଷ୍ଟା କରୁଛୁ । ଯେଉଁଠି ଲାଇନ କଟି ଯାଇଛି, ତାର ଛିଣ୍ଡି ଯାଇଛି କି ଟ୍ରାନ୍ସଫର୍ମର ପୋଡି ଯାଇଛି ଯଦି ସେଠି ଲୋକେ କହିବା ପରେ ବି କେହି ଅଧିକାରୀ ଯାଉ ନାହାନ୍ତି ସେଥିପାଇଁ ଆମେ ଦୁଇ ଦିନ ତଳେ ସବୁ ଅଧିକାରୀଙ୍କୁ ଡାକି ତାଗିଦ କରିଛୁ । ଲୋ ଭୋଲଟେଜ ନେଇ ଯେଉଁ ଅଭିଯୋଗ ଆସୁଛି ସିଧା କଥା କହିବାକୁ ଗଲେ ଟେକ୍ନିକାଲ ତ୍ରୁଟି ରହିଛି । ଯେଉଁଠି ଲାଇନ ଦୂର ବାଟ ରେ ଅଛି , ଟ୍ରାନ୍ସମଫର କାପାସିଟ ଓଭର ଲୋଡ ଅଛି ସେଠି ଲୋ ଭୋଲଟେଜ ହେବ । ପିକ ପିରିୟଡ଼ ରେ ରାଜ୍ୟରେ 5 ହଜାର 600 ମେଗାୱାଟର ବିଜୁଳିର ଆବଶ୍ୟକତା ରହୁଛି । ଗତ ବର୍ଷ ଏହା 5 ହଜାର 500 ମେଗାୱାଟ ରହିଥିଲା ।