ବିଜେଡି କାର୍ଯ୍ୟାଳୟରେ ରେ ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହେଲେ ୨୦୧୯ ର କଂଗ୍ରେସ ବିଧାୟକ ପାର୍ଥି ମହେନ୍ଦ୍ର ନାୟକ
ଭୁବନେଶ୍ୱର:ବିଜେଡି ର ମିଶ୍ରଣ ପର୍ବ । ହାତ ଛାଡି ଶଙ୍ଖ ଧରିଲେ ମହେନ୍ଦ୍ର । ବିଜେଡି କାର୍ଯ୍ୟାଳୟରେ ରେ ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତରେ ବିଧିବଦ୍ଧ ଭାବେ ବିଜେଡି ରେ ସାମିଲ ହେଲେ ମହେନ୍ଦ୍ର । ଝାରସୁଗୁଡା ଉପନିର୍ବାଚନ ପୂର୍ବରୁ ବଢିଲା ବିଜେଡି ର ଶକ୍ତି । କଂଗ୍ରେସ ଛାଡି ବିଜେଡି ରେ ମିଶିଲେ ୨୦୧୯ ର କଂଗ୍ରେସ ବିଧାୟକ ପାର୍ଥି ମହେନ୍ଦ୍ର ନାୟକ । ମହେନ୍ଦ୍ର ନିଜ ସମର୍ଥକ ଙ୍କ ସହ କଂଗ୍ରେସ ଛାଡି ବିଜେଡି ରେ ଯୋଗଦାନ କରିଛନ୍ତି । ମହେନ୍ଦ୍ର ୨୦୧୯ ସାଧାରଣ ନିର୍ବାଚନ ରେ କଂଗ୍ରେସ ରୁ ପାର୍ଥି ହୋଇ ୧୮୮୨୩ ଖଣ୍ଡ ଭୋଟ ପାଇଥିଲେ । ଝାରସୁଗୁଡା ଓ ବଲାଙ୍ଗୀର ଜିଲ୍ଲାର ବହୁ କର୍ମକର୍ତା ବିଜେଡିରେ ସାମିଲ । ଅଖିଳ ଭାରତୀୟ ଗଣ୍ଡ ମହାସଭାର ସଭାପତି ମହେନ୍ଦ୍ର ନାୟକ ତଥା ୨୦୧୯ ଝାରସୁଗୁଡା କଂଗ୍ରସ ପାର୍ଥି । ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବିକାଶ ଧାରାକୁ ଆଗକୁ ନେବା ପାଇଁ ବିଜେଡି ରେ ସାମିଲ ହେଲେ ମହେନ୍ଦ୍ର ନାୟକତାଙ୍କ ସହ ୬୦ ରୁ ଉର୍ଦ୍ଧ୍ୱ ଗଣ୍ଡ ମହାସଭାର କର୍ମକର୍ତ୍ତା ମଧ୍ୟ ସାମିଲ ହୋଇଛନ୍ତି…ବିକାଶ ଧାରା ରେ ଅନୁପ୍ରାଣିତ ହୋଇ ବିଜେଡି ରେ ସାମିଲ ହୋଇଥିବା କହିଛନ୍ତି ମହେନ୍ଦ୍ର, ଝାରସୁଗୁଡା ଜିଲ୍ଲାରେ ଲକ୍ଷାଧିକ ଆଦିବାସୀ ଭୋଟର ଅଛନ୍ତି ଆଦିବାସୀଙ୍କ ବିକାଶ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିକାଶ ରେ ଅନୁପ୍ରାଣିତ ହୋଇ ବିଜେଡି ରେ ସାମିଲ… ଆଦିବାସୀ ସମାଜ ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ୱାସ ରଖିଛି । ଆମର ସମର୍ଥନ ବିଜେଡି ପାର୍ଥି ଦୀପାଳି ଦାସ ଙ୍କ ସହ ରହିବ ।