ସୁନ୍ଦରଗଡ ଜିଲ୍ଲା କୋଇଡ଼ା ବ୍ଲକ୍‌ର ବିବାଦୀୟ ବିଡିଓ ପଲ୍ଲବୀ ରାଣୀ ରାଜ୍‌ଙ୍କ ବଦଳି

ସୁନ୍ଦରଗଡ:ହୋଇଛି। ଏକାଧିକ ଘଟଣାକୁ ନେଇ ସେ ବିବାଦ ଘେରକୁ ଆସିଥିଲେ।  କୋଇଡ଼ାରୁ ତାଙ୍କୁ ସମ୍ବଲପୁରକୁ ଟ୍ରାନ୍ସଫର୍ କରାଯାଇଛିା ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି। ୩ ବର୍ଷରୁ ଅଧିକ ସମୟ ଧରି ପଲ୍ଲବୀ ରାଣୀ ରାଜ୍‌ କୋଇଡ଼ା ବ୍ଲକ୍‌ରେ ବିଡିଓ ଥିଲେ। ଏହି ସମୟରେ ଏକାଧିକ ଘଟଣାକୁ ନେଇ ସେ ବିବାଦ ଘେରକୁ ଆସିଥିଲେ। ପଲ୍ଲବୀ ରାଣୀ ରାଜ୍‌ଙ୍କୁ କୋଇଡ଼ାରୁ ସମ୍ବଲପୁରକୁ ବଦଳି ପରେ ସ୍ଥାନୀୟ ତହସିଲଦାରଙ୍କୁ ବ୍ଲକ୍‌ର ଭାରପ୍ରାପ୍ତ ବିଡିଓ ଭାବେ ନିୟୋଜିତ କରାଯାଇଛି। ବ୍ଲକ୍‌ରେ ଉନ୍ନତିମୂଳକ କାର୍ଯ୍ୟରେ ବାଧା ଦେବା, ପଞ୍ଚାୟତ ଗୁଡ଼ିକରେ ଟଙ୍କା ପଡ଼ି ରହିବା, ବିଧାୟକ ଫଣ୍ଡ୍‌କୁ ବ୍ଲକ୍‌ରେ କାର୍ଯ୍ୟକାରୀ ନକରିବା, ସାଧାରଣ ଜନତା ଓ ଲୋକ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିବା ଭଳି ଅଭିଯୋଗ ତାଙ୍କ ବିରୋଧରେ ଆସିଥିଲା। ଏନେଇ ପ୍ରତିବାଦ କରି ବିଡିଓଙ୍କ ବଦଳି ଦାବିରେ ସିପିଆଇଏମ୍‌ର ହଜାର ହଜାର କର୍ମୀ ଧାରଣା ମଧ୍ୟ ଦେଇଥିଲେ। ଏପରିକି ବ୍ଲକ୍‌ର ସମସ୍ତ କର୍ମଚାରୀ ବିଡିଓଙ୍କ ବଦଳି ଦାବିରେ କଲମ ଛାଡ଼ ଆନ୍ଦୋଳନ ମଧ୍ୟ କରିଥିଲେ।