ଭୁବନେଶ୍ୱର : ରାଜଧାନରେ ଚାଞ୍ଚଲ୍ୟ। ଭରତପୁର ତେଲଗୁ ବସ୍ତିରେ ହତ୍ୟାକାଣ୍ଡ। ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସଇତାନ ସ୍ୱାମୀ। ହତ୍ୟା ପଛରେ ପରକିୟା ପ୍ରୀତି ସନ୍ଧେହ। ସ୍ୱାମୀ ସାଗର ପ୍ରଧାନଙ୍କୁ ଗିରଫ କରିଛି ଭରତପୁର ଥାନା ପୋଲିସ। ଆଜି ସାନ୍ଧ୍ୟ ସାଢେ ୪ ବେଳେକୁ ଘଟିଛି ଘଟଣା। ଘର ମାଲିକଙ୍କ ଅଭିଯୋଗ କ୍ରମେ ପୋଲିସ ହତ୍ୟା ମାମଲା ରୁଜୁ କରିଛି। ଘଟଣା ସ୍ଥଳରେ ସାଇଣ୍ଟଫିକ ଟିମ ପହଞ୍ଚି ଛାନବୀନ କରିଛି।ଆଜି ସାଢ଼େ ୪ ତା ବେଳେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ଲାଗିଥିଲା। କିଛି ସମୟ ଉଭୟଙ୍କ ମଧ୍ୟରେ ଧସ୍ତା ଧସ୍ତି ହୋଇଥିଲେ। ଏହି ସମୟରେ ମୃତକ ହାତ କଟି ରକ୍ତ ବାହାରିଛି। ଏହି ସମୟରେ ଅଭିଯୁକ୍ତ ଉତକ୍ଷିପ୍ତ ହୋଇ ତଣ୍ଟି ଚିପି ମାରି ଦେଇଛି। ହତ୍ୟା କରିବା ପରେ ଘର ବାହାରେ ବସିଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଟକ ରଖିଛି। ପଚରା ଉଚୁରା ବେଳେ ପୋଲିସ କୁ କିଛି ରେକର୍ଡ଼ିଂ ଅଭିଯୁକ୍ତ ଶୁଣାଇଛି।ଘର ମାଲିକଙ୍କ ସୂଚନା ଅନୁସାରେ ଗତ ଦେଢ଼ ମାସ ହେଲା ଭରତପୁର ଘର ଭଡା ନେଇ ରହୁଥିଲେ। ଦୁଇ ବର୍ଷ ହେଲା ଵିଵାହ କରିଥିଲେ। ଅଭିଯୁକ୍ତ ଘର କେନ୍ଦୁଝର ଜିଲ୍ଲାରେ କିନ୍ତୁ ତାଙ୍କ ବାପା ମା ବ୍ରହ୍ମପୁର ହଳଦିଆ ପଦର ରହୁଛନ୍ତି। ସାଗର ରଂଗମିସ୍ତ୍ର ଭାବରେ କାମ କରନ୍ତି। ତାଙ୍କର ୧୮ ମାସର ସନ୍ତାନ ଅଛି। ତାଙ୍କ ସନ୍ତାନ ଜଣକ ସାଗରଙ୍କ ପରିବାର ଙ୍କ ପାଖରେ ରହୁଛି। ଏପରିକି ଗତ ୨୦ ଦିନ ତଳେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଘର ମାଲିକ ଘର ଛାଡିବାକୁ କହିଥିଲେ। ନୂଆ ଘର ଖୋଜିଲା ପଯ୍ୟନ୍ତ ରହିବା ପାଇଁ କଥା ହୋଇଥିଲେ।