ଟେକନିକାଲ ଷ୍ଟାଫକୁ ନେଇ ପ୍ରଶ୍ନ କଲେ ସାଂସଦ ମାନସ ମଙ୍ଗରାଜ
ରାଜ୍ୟସଭାରେ ଖାଲି ପଡିତିବା ଟେକନିକାଲ ଷ୍ଟାଫକୁ ନେଇ ପ୍ରଶ୍ନ କଲେ ସାଂସଦ ମାନସ ମଙ୍ଗରାଜ
ଭୁବନେଶ୍ୱର: ରାଜ୍ୟସଭାରେ ଖାଲି ପଡିତିବା ଟେକନିକାଲ ଷ୍ଟାଫକୁ ନେଇ ପ୍ରଶ୍ନ କଲେ ସାଂସଦ ମାନସ ମଙ୍ଗରାଜ । କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଖାଲିଥିବା ପଦବିଗୁଡିକୁ ପୂରଣ ଲାଗି ଚୟନ ପ୍ରକ୍ରିୟା ସମ୍ପର୍କରେ ପ୍ରଶ୍ନ କରିଛନ୍ତି ସାଂସଦ । ରାଜ୍ୟସଭାରେ ଏହି ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁଭାଷ ସରକାର କହିଛନ୍ତି- ଖାଲିଥିବା ପଦବୀର ପୂରଣ ଲାଗି ଦ୍ରଷ୍ଟବ୍ୟରେ ଦର୍ଶାଯାଇଛି । ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୮୭ଟି ଟିଚିଂ ପୋଷ୍ଟ ଓ ୯୫ଟି ନନ୍ ଟିଚିଂ ପୋଷ୍ଟ ଲାଗି ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଦେଶର ୪୫ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୨୦୯୧ଟି ପଦବୀ ଖାଲି ରହିଛି ବୋଲି ଅବଗତ କରାଇଛନ୍ତି କେନ୍ଦ୍ରମନ୍ତ୍ରୀ ।