ଓଡ଼ିଶାରେ ବନାଗ୍ନି ଦେଶରେ ସର୍ବାଧିକ, ଜଙ୍ଗଲ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ହସ୍ତକ୍ଷେପ ଲୋଡ଼ିଲେ:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ରାଜ୍ୟରେ ହୁହୁ ହୋଇ ବଢ଼ୁଥିବା ଜଙ୍ଗଲ ନିଆଁ ନେଇ ଗଭୀର ଚିନ୍ତାବ୍ୟକ୍ତ କରି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ସାକ୍ଷାକ କରି ପତ୍ର ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଏହି ପତ୍ରରେ ରାଜ୍ୟରେ ବନାଗ୍ନି ସାରା ଦେଶରେ ଶୀର୍ଷରେ ଥିବା ସହ ରାଜ୍ୟର ଜଙ୍ଗଲ ସମ୍ପଦ, ଜୈବ ବିବିଧତା, କୃଷକ ଓ ଆଦିବାସୀଙ୍କ ଅର୍ଥନୀତି ଉପରେ କୁପ୍ରଭାବ ନେଇ ବିସ୍ତୃତ ଭାବେ ଉଲ୍ଲେଖ କରିଛନ୍ତି । ଏହା ସହ ଏହି ମାମଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱୟ ପାଇଁ ମିଳିତ ବୈଠକ ଓ ଆଗାମୀ ଦିନରେ ମୁକାବିଲାର ଯୋଜନା ପ୍ରସ୍ତୁତ ପାଇଁ ଶ୍ରୀ ଯାଦବଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି ।

             ରାଜ୍ୟର ଜଙ୍ଗଲ ସମ୍ପଦ, ଜୈବ ବିବିଧତା, କୃଷକ ଆଦିବାସୀଙ୍କ ଅର୍ଥନୀତି ଉପରେ କୁପ୍ରଭାବ ନେଇ ବିସ୍ତୃତ ଭାବେ ଉଲ୍ଲେଖ

             ନଭେମ୍ବର 2022ରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ 871ଟି ବଡ଼ ଧରଣର ଜଙ୍ଗଲରେ  ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଛି ଯାହା ଦେଶରେ ସର୍ବାଧିକ

             ଗତ 24 ଘଣ୍ଟାରେ ରାଜ୍ୟରେ 1625ଟି ବନାଗ୍ନି ଖବର ସାମ୍ନାକୁ ଆସିଛି 

             ଓଡ଼ିଶାର ଏହି ଜଙ୍ଗଲ ନିଆଁ ଦେଶର ମୋଟ ଜଙ୍ଗଲ ନିଆଁର 35 ପ୍ରତିଶତ ବୋଲି ଆକଳନ କରାଯାଇଛି

             2021 ମସିହାର ଶିମିଳିପାଳ ସମେତ ଅନ୍ୟାନ୍ୟ ଜଙ୍ଗଲରେ ବ୍ୟାପକ ବନାଗ୍ନି ଠାରୁ ଚଳିତ ବର୍ଷର ସ୍ଥିତି ଆହୁରି ସଙ୍ଗୀନ ଆକଳନ

             ଅତ୍ୟାଧୁନିକ ଯନ୍ତ୍ରପାତି ସତ୍ତ୍ବେ ପରିଚାଳନାଗତ ପ୍ରଶିକ୍ଷଣ ଅଭାବରୁ ଏହାକୁ କାମରେ ଲଗାଯାଇ ପାରୁନାହିଁ

             ରାସ୍ତା ସମସ୍ୟା ଯୋଗୁଁ ନିଆଁଲିଭା ଗାଡ଼ି ଜଙ୍ଗଲର ଅପହଞ୍ଚ ସ୍ଥାନରେ ପହଞ୍ଚିବା ପରିସ୍ଥିତିରେ ଆକାଶମାର୍ଗରୁ ନିଆଁଲିଭା ବ୍ୟବସ୍ଥା ପାଇଁ ଅନୁରୋଧ

             ଉଭୟ କେନ୍ଦ୍ର ରାଜ୍ୟର ଜଙ୍ଗଲ ବିଭାଗ ମଧ୍ୟରେ ମିଳିତ ବୈଠକ କରି ଜଙ୍ଗଲ ନିଆଁର ମୁକାବିଲା ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ଅନୁରୋଧ

             କ୍ଷମତାସମ୍ପନ୍ନ କମିଟି ଗଠନ ମାଧ୍ୟମରେ ଜଙ୍ଗଲ ନିଆଁ ପ୍ରଶମିତ ପାଇଁ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ ପାଇଁ ଅନୁରୋଧ

 ଶ୍ରୀ ପ୍ରଧାନ, ଜଙ୍ଗଲ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ନଭେମ୍ବର 2022ରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ 871ଟି ବଡ଼ ଧରଣର ଜଙ୍ଗଲରେ  ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଛି ଏହା ସାରା ଦେଶରେ ବନାଗ୍ନି ମାମଲାରେ ସର୍ବାଗ୍ରେ ରହିଛି ଶ୍ରୀ ପ୍ରଧାନ ପତ୍ରରେ ସରକାରୀ ତଥ୍ୟ ଉଲ୍ଲେଖ କରି ଲେଖିଛନ୍ତି, ଓଡ଼ିଶା ପଛକୁ କର୍ଣ୍ଣାଟକ, ତେଲଙ୍ଗାନା ମଧ୍ୟ ପ୍ରଦେଶ ଭଳି ରାଜ୍ୟ ଅଛନ୍ତି

 ଗତ 24 ଘଣ୍ଟାରେ ରାଜ୍ୟରେ 1625ଟି ବନାଗ୍ନିର ଖବର ସାମ୍ନାକୁ ଆସିଛି ଓଡ଼ିଶାର ଏହି ଜଙ୍ଗଲ ନିଆଁ ଦେଶର ମୋଟ ଜଙ୍ଗଲ ନିଆଁର 35 ପ୍ରତିଶତ ବୋଲି ଆକଳନ କରାଯାଇଛି ବିଗତ ଚାରି ମାସରେ ରାଜ୍ୟରେ ଜଙ୍ଗଲ ନିଆଁ କାରଣରୁ ଚାରି ହଜାର ହେକ୍ଟର ନଷ୍ଟ ହୋଇଥିବା ଆକଳନ କରାଯାଇଛି

 2021 ମସିହାରେ ଜଙ୍ଗଲ ନିଆଁ ରାଜ୍ୟରେ ବହୁତ ବଡ଼ ଧରଣର ଥିଲା ରାଜ୍ୟରେ 51 ହଜାର 968ଟି ଘଟଣା ସେହି ବର୍ଷ ସାମ୍ନାକୁ ଆସିଥିଲା ଶିମିଳିପାଳ ଜାତୀୟ ଉଦ୍ୟାନ ଏହା ଦ୍ବାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା ଚଳିତ ବର୍ଷ 2021 ମସିହା ଠାରୁ ସ୍ଥିତି ଆହୁରି ସଙ୍ଗୀନ ହେବା ଭଳି ଜଣାପଡ଼ୁଛି ବୋଲି ଶ୍ରୀ ପ୍ରଧାନ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି

 ରାଜ୍ୟ ଜଙ୍ଗଲ ସମେତ ଅଗ୍ନିଶମ ବିଭାଗକୁ ଜଙ୍ଗଲ ନିଆଁର ସାମ୍ନା କରିବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇ ଦିଆଯାଇଥିଲେ ମଧ୍ୟ ପରିଚାଳନାଗତ ପ୍ରଶିକ୍ଷଣ ଅଭାବରୁ ଏହାକୁ କାମରେ ଲଗାଯାଇପାରୁନାହିଁ ସେଥିପାଇଁ ପତ୍ରରେ ଚିନ୍ତାବ୍ୟକ୍ତ କରିଛନ୍ତି ଶ୍ରୀ ପ୍ରଧାନ ଅନେକ ସ୍ଥାନକୁ ଅଗ୍ନିଶମ ଗାଡ଼ି ପହଞ୍ଚିବା ସମ୍ଭବ ହେଉ ଥିବାରୁ ବନାଗ୍ନି ଲିଭାଇବା ପାଇଁ ହେଲିକପ୍ଟର ଆକାଶମାର୍ଗରୁ ଅନ୍ୟାନ୍ୟ ଉପାୟର ବ୍ୟବହାର ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି

 ଶ୍ରୀ ଯାଦବଙ୍କ ହସ୍ତକ୍ଷେପ ଲୋଡ଼ିବା ସହ ଉଭୟ କେନ୍ଦ୍ର ରାଜ୍ୟର ଜଙ୍ଗଲ ବିଭାଗ ମଧ୍ୟରେ ମିଳିତ ବୈଠକ କରି ଜଙ୍ଗଲ ନିଆଁର ମୁକାବିଲା ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନ ଜଙ୍ଗଲ, ଜୈବ ବିବିଧତାର କ୍ଷୟକ୍ଷତି ଆକଳନ ସହ ଜଙ୍ଗଲ ଉପରେ ନିର୍ଭରଶୀଳ ଜନସାଧାରଣଙ୍କ ଜୀବନ ଜୀବିକା ସୁରକ୍ଷା ପାଇଁ ପଦକ୍ଷେପ ନେଇ  ଯୋଜନା ପ୍ରସ୍ତୁତ କରିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି କେନ୍ଦ୍ରରାଜ୍ୟ ପ୍ରତିନିଧି ତଥା ପରିବେଶବିତ ଏବଂ ଜଙ୍ଗଲ ସୁରକ୍ଷାରେ ସାମିଲ ଜନସାଧାରଣଙ୍କୁ ନେଇ ଏକ କ୍ଷମତାସମ୍ପନ୍ନ କମିଟି ଗଠନ ମାଧ୍ୟମରେ ଜଙ୍ଗଲ ନିଆଁ ପ୍ରଶମିତର ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରିବା  ପାଇଁ  ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି