ଶ୍ରୀ ଶ୍ରୀ ମଞ୍ଚେଶ୍ଵର ମହାଦେବଙ୍କ ମେଳଣ, ଯୋଗ ଦେଲେ ୨୭ ଗୋଟି ବିଭାନ

ସାଲେପୁର : କଟକ ଜିଲ୍ଲା ସାଲେପୁର ଅଞ୍ଚଳ ରେ ଦୋଳ ଉତ୍ସବ ଶାନ୍ତି ଶୃଙ୍ଖଳା ର ସମ୍ପନ୍ନ ହୋଇଛି। ଏହି ଅବସରରେ ପ୍ରସିଦ୍ଧ ଚାଟେଶ୍ୱର ମେଳଣ, ପୁରୁଷୋତ୍ତମପୁର ଦାଣ୍ଡ ମେଳଣ, ମନୋହର ପୁର ମେଳଣ ସମେତ ଅଞ୍ଚଳର ବହୁ ସ୍ଥାନରେ ବିମାନ ମେଳଣ ଉତ୍ସବରେ ଶ୍ରଦ୍ଧାଳୁ ଓ ଜନ ସାଧାରଣଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ସେହିପରି ମାଳ ଶାସନ ପଞ୍ଚାୟତ ସ୍ଥିତ ଲେଖନ ପୁର ଠାରେ ଅବସ୍ଥିତ ଶ୍ରୀ ଶ୍ରୀ ମଞ୍ଚେଶ୍ୱର ମହାଦେବଙ୍କ ପୀଠରେ ବିମାନ ମେଳଣ ଶାନ୍ତି ଶୃଙ୍ଖଳା ସହକାରେ ସମାପନ ହୋଇଯାଇଛି। ଏହି ମେଳଣରେ ଟାଙ୍ଗୀ -ଚୌଦ୍ବାର, ସାଲେପୁର ଓ ମାହାଙ୍ଗା ଅଞ୍ଚଳର ୨୭ ଗୋଟି ବିମାନ ଭାଗ ନେଇଥିଲେ। ମେଳଣରେ ବହୁ ଶ୍ରଦ୍ଧାଳୁ ଓ ଜନ ସାଧାରଣ ଙ୍କର ସମାଗମ ହୋଇଥିଲା। ମେଳଣ କାର୍ୟ୍ୟକୁ ଶ୍ରୀ ଶ୍ରୀ ମଞ୍ଚେଶ୍ୱେର ମହାଦେବ ନ୍ୟାସୀ ମଣ୍ଡଳୀର ବସନ୍ତ କୁମାର ପ୍ରହରାଜ, ସୁଧାଂଶୁ ଶେଖର ମହାପାତ୍ର, ଜଙ୍ଗେଶ୍ଵର ଦାଶ, ପ୍ରଫୁଲ୍ଲ କୁମାର ସ୍ୱାଇଁ, ଗଜେନ୍ଦ୍ର ସାହୁଙ୍କ ସମେତ କର୍ମକର୍ତ୍ତା ଓ ଗ୍ରାମବାସୀ ମାନେ ପରିଚାଳନାରେ ସହଯୋଗ କରିଥିଲେ। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ଜପକୁଦ ଫାଣ୍ଡି ଅଧିକାରୀ ମାନସ କୁମାର ମିଶ୍ରଙ୍କ ତତ୍ତ୍ଵାବଧାନରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଥିଲେ। ଅପରପକ୍ଷେ ଅଞ୍ଚଳର ବିଭିନ୍ନ ମେଳଣ କାର୍ୟ୍ୟକ୍ରମରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗ ଦେଇ ପ୍ରଭୁ ରାଧା କୃଷ୍ଣଙ୍କ ଆଶିଷ ଭିକ୍ଷା କରିବା ସହିତ ଜନସାଧାରଣ ଙ୍କ ଶୁଭ ମାନସୀ ଥିଲେ। ଏହି ଅବସରରେ ବିଭିନ୍ନ ମେଳଣ କମିଟି ପକ୍ଷରୁ ବିଧାୟକ ଶ୍ରୀ ବେହେରା ଙ୍କୁ ସ୍ବାଗତ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା।