ଜୟପୁର (ମନୋଜ ଦାସ ): ରାଜ୍ୟର ସମସ୍ତ ଶୌବପୀଠରେ ଜାଗରମେଳା ଚାଲିଥିବା ବେଳେ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶୌବ ପୀଠ ଗୁପ୍ତେଶ୍ୱର ଠାରେ ଜାଗର ଯାତ୍ରା ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ନୀତିକାନ୍ତି ଚୂଡାନ୍ତ କରାଯାଇଥିଲା । ସ୍ୱତନ୍ତ୍ର ବେରିଗେଟ ମାଧ୍ୟମରେ ଶ୍ରଦ୍ଧାଳୁ ମାନେ ଗୁପ୍ତେଶ୍ୱର ଠାକୁର ଦର୍ଶନ ଏନେଇ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ଅଧିକାରୀ ମାନେ ଗୁପ୍ତେଶ୍ୱର ପୀଠକୁ ଯାଇ ସେଠାରେ ଦର୍ଶନ ସୁରକ୍ଷା ବ୍ୟବସ୍ଥା କରିଥିଲେ। ଦେବୋତ୍ତର ବିଭାଗ ପକ୍ଷରୁ ଚୂଡାନ୍ତ ନୀତିନିର୍ଘଣ୍ଟ ଅନୁସାରେ ଭୋର ସକାଳୁ ପୂଜାଅର୍ଚନା ପରେ ଶ୍ରଦ୍ଧାଳୁ ଠାକୁର ଦର୍ଶନ ଆରମ୍ଭ ଏବଂ ରାତି ବାରଟାରେ ହରିହର ଭେଟ ଏବଂ ସାଢେ ବାରଟା ବେଳକୁ ମହାଦୀପ ଉଠିବ ଉଠିଥିଲା । ସେପଟେ ଚଳିତ ବର୍ଷ ଭଲ ବ୍ୟବସାୟ ହେବ ବୋଲି ଆଶା ବାନ୍ଧି ବସିଛନ୍ତି ସ୍ଥାନୀୟ ଦୋକାନୀ। ପୀଠରେ ସାଧାରଣ ଦର୍ଶନ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ପୀଠରେ ଭକ୍ତଙ୍କ ଭିଡ଼ ଅଧିକ ରହିବା ଦେଖିବାକୁ ମିଳିଥିଲା। ଜିଲ୍ଲା ପ୍ରଶାସନ ଏବଂ ଦେବୋତ୍ତର ବିଭାଗ ଗୁପ୍ତେଶ୍ୱର ପୀଠରେ ଉପସ୍ଥିତି ରହିଥିଲେ କ୍ଷ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଦାଇତ୍ୱ ଦିଆଯାଇଥିଲା । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ସୁରକ୍ଷା ଦୃଷ୍ଟିରୁ ପୀଠରେ ୧୫ପ୍ଲାଟୁନ ପୋଲିସ ନିୟୋଜିତକରାଯାଇଥିଲା । ଏଥିସହ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ, ସୁରକ୍ଷା ବ୍ୟବସ୍ଥା,ପାନୀୟ ଜଳ ଯୋଗାଣ, ବିଜୁଳି ଆଲୁଅ ଯୋଗାଣ, ଜରୁରୀ ସ୍ୱାସ୍ଥ୍ୟ ସେବା ସହ ନଦୀଘାଟରେ ଅଗ୍ନିଶ୍ରମ ବାହିନୀ କର୍ମଚାରୀଙ୍କୁ ନିୟଜିତ କରାଯାଇଥିଲା।