କେନ୍ଦ୍ରାପଡ଼ା /ଅଶ୍ୱିନୀ କୁମାର ସାହୁ: କେତେବେଳେ କଣ ଦୁର୍ଘଟଣା ଘଟିବ କାହାକୁ ଜଣା ନଥାଏ । ଠିକ୍ ସେହିପରି ଏକ ଦୁର୍ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ରାଜକନିକା ଥାନା ଅଧୀନ ଜାଗୁଳାଇ ପଡ଼ା ଗ୍ରାମ ପଞ୍ଚାୟତ ନିକଟରେ । ରାଜକନିକାରୁ କାମ ସାରି ଶଶିକାନ୍ତ ନାୟକ ଗୋପାଳପୁର ଗ୍ରାମକୁ ଏକ ସ୍କୁଟି ଚଳାଇ ଫେରୁଥିବା ବେଳେ ଜାଗୁଳାଇ ପଡ଼ା ଗ୍ରାମ ପଞ୍ଚାୟତ ନିକଟରେ ଓଳାଭର ଆଡୁ କାର୍ୟ୍ୟ ସାରି ଘରକୁ ଏକ ବୁଲେଟ ଯୋଗେ ସୀକୋ ଗ୍ରାମର ଅରୁଣ କୁମାର ଦାସ ଆସୁଥିବା ବେଳେ ଉଭୟଙ୍କ ମଧ୍ୟରେ ମୁହାଁ ମୁହିଁ ଧକା ହୋଇଥିଲା ।
ଏହା ଫଳରେ ଉଭୟ ରକ୍ତାକ୍ତ ଅବସ୍ଥାରେ ଛଟପଟ ହେଉଥିଲା ବେଳେ କେତେକ ସହୃଦୟ ବ୍ୟକ୍ତି ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଡକାଇ ରାଜକନିକା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଥିଲେ । ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଶଶିକାନ୍ତ ନାୟକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ସଙ୍ଗେ ସଙ୍ଗେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ ଏବଂ ଅରୁଣ କୁମାର ଦାସଙ୍କ ଚିକିତ୍ସା ଚାଲୁ ରହିଛି । ସେ ମଧ୍ୟ ଗୁରୁତ୍ୱର ଥିବାର ସୂଚନା ମିଳିଛି । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଅରୁଣଙ୍କୁ ମଧ୍ୟ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରା ଯାଇପାରେ ବୋଲି ଜଣା ପଡିଛି । ସ୍କୁଟିରେ ଥିବା ଆଉ ଦୁଇଜଣ ଆହତ ଅବସ୍ଥାରେ ରାଜକନାକା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।