ପୁରୀ ବଳିଆପଣ୍ଡାସ୍ଥିତ ଏକ ହୋଟେଲରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ। ହୋଟେଲ ସିମୟାରାରେ କାର୍ଯ୍ୟରତ ଜଣେ ଯୁବକଙ୍କ ମୃତଦେହ ମିଳିବା ପରେ ଘଟଣାକୁ ନେଇ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ମୃତ ଯୁବକ ହେଉଛନ୍ତି ସଦର ଥାନା ଅଞ୍ଚଳର ଶ୍ରୀକୃଷ୍ଣ ଭୋଳ।
ସୂଚନା ଅନୁଯାୟୀ, ଶ୍ରୀକୃଷ୍ଣ ଉକ୍ତ ହୋଟେଲରେ ରୁମ୍ ବଏ ଭାବେ କାର୍ଯ୍ୟ କରୁଥିଲେ। ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଲା, ତାହା ଏବେ ରହସ୍ୟ ଘେରରେ ରହିଛି। ଖବର ପାଇ ବଳିଆପଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଯୁବକଙ୍କ ମୃତ୍ୟୁର ପ୍ରକୃତ କାରଣ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।