ଭୁବନେଶ୍ୱର :ଦୁଇ କେନ୍ଦ୍ରମନ୍ତ୍ରୀ ଓଡ଼ିଶାରେ ୫ଜି ସେବାର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାରେ ୫ଟି ମଡେଲ କାର୍ୟ୍ୟ କରୁଛି । ସେଥିରେ ବଡ଼ ଅଙ୍ଗ ହେଉଛି ଟେକ୍ନୋଲୋଜି । ଟେକ୍ନୋଲୋଜି ବ୍ୟବହାର କରି ଲୋକଙ୍କ ପାଖରେ ସେବା ପହଁଚା ଯାଉଛି । ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ସହ ଅନ୍ୟାନ୍ୟ କ୍ଷେତ୍ରରେ ଏହାକୁ ବହୁଳ ଭାବେ ଲୋକଙ୍କ ପାଖରେ ସେବା ପହଁଚାଯାଉଛି । ସେଥିପାଇଁଓଡ଼ିଶାରେ ଟ୍ରାନ୍ସଫରମେଶନ ଓଡ଼ିଶାରେ ସୃଷ୍ଟି ହୋଇଛି । ନୂତନ ଟେକ୍ନୋଲୋଜିକୁ ଗ୍ରହଣ କରିବାରେ ଓଡ଼ିଶା ଆଗରେ ରହିଛି । ୫ଜି ସେବାକୁ ବିଜେଡି ସ୍ୱାଗତ କରୁଛି । ଏହା ଏକ ପ୍ରଚାର ସର୍ବସ୍ବ ସେବା ହୋଇ ନରହିଯାଉ । ଓଡ଼ିଶାର ଟେଲି ଡେନ୍ସସିଟି ହାରାହାରି ୭୫ ପ୍ରତିଶତ ରହିଛି । ଓଡ଼ିଶାର ଗ୍ରାମୀଣ ଅଞ୍ଚଳରେ ଟେଲି ଡେନ୍ସସିଟି ମାତ୍ର ୬୨ ପ୍ରତିଶତ ରହିଛି ।
ଜୁଲାଇ ମାସ ୨୦୨୨ ରେ ଟ୍ରାଇ ପକ୍ଷରୁ ଏହା ଜାରୀ କରାଯାଇଛି । ଭାରତର ସବୁଠାରୁ ପଛୁଆ ରାଜ୍ୟ ଭିତରେ ଓଡ଼ିଶା ରହିଛି । ନର୍ଥ ଇଷ୍ଟରେ ୭୮ ପ୍ରତିଶତ ଅଛି ଟେଲି ଡେନ୍ସସିଟି । ସେହିପରି ଜାମ୍ମୁ କାଶ୍ମୀରରେ ଟେଲି ଡେନ୍ସସିଟି ହେଉଛି ୮୦ ପ୍ରତିଶତ । ଟେଲି ଡେନ୍ସସିଟିର ଜାତୀୟ ହାର ୮୫ ପ୍ରତିଶତ ରହିଛି । ଏଥିରୁ ଜଣାପଡୁଛି ଟେଲି ଡେନ୍ସସିଟି କ୍ଷେତ୍ରରେ ଓଡ଼ିଶା ଅବହେଳିତ ହୋଇ ରହିଛି । ଯେତେବେଳେ ୨ଜି କିମ୍ବା ୩ଜି ସେବା ଠିକ ସେ ମିଳୁନାହିଁ, ୫ଜି ସେବା କେମିତି ପହଁଚିବ ସେଥିରେ ସନ୍ଦେହ ସୃଷ୍ଟି ହେଉଛି । ଟେଲି ଡେନ୍ସସିଟି ନବଢ଼ିଲେ ଲୋକଙ୍କ ପାଖରେ ସେବା ପହଁଚିବା ସମ୍ଭବ ହେବନାହିଁ । ଓଡ଼ିଶାର ୬୨୭୮ ଗାଁ ଅଛି ଯେଉଁଠି ମୋବାଇଲ କିମ୍ବା ଇଣ୍ଟରନେଟ ସେବା ପହଁଚିପାରି ନାହିଁ । ଯାହା ଭାରତବର୍ଷର ସବୁଠାରୁ ଅଧିକ । ସବୁ ଗାଁରେ ମୋବାଇଲ ସେବା ପହଁଚାଇବା ଲାଗି ଓଡ଼ିଶାରେ ୨୫୦୦ ଟି ଟାୱାର ଆବଶ୍ୟକ ଅଛି । ଏ ନେଇ ବୋଲି ପାର୍ଲିଆମେଣ୍ଟରେ କୁହାଯାଇଛି । ସେଥିରୁ ମାତ୍ର ୪୮୮ଟି ଟାୱାର ନିର୍ମାଣ ଲାଗି ଅନୁମୋଦନ କରାଯାଇଛି ।
ଯେଉଁ ଗ୍ରାମୀଣ ଅଞ୍ଚଳରେ ଟେଲିକମ ସେବା ଅଛି, ତାହା ଅତି ଦୁର୍ବଳ । ଲୋକେ ଘର ଉପରେ, ଗଛ ଚଢି ଓ ପାହାଡ଼ ଚଢି ସେବା ପାଇବାକୁ ଚେଷ୍ଟା କରୁଛନ୍ତି । ଛାତ୍ରଛାତ୍ରୀଙ୍କ ଶିକ୍ଷା ବାଧାପ୍ରାପ୍ତ ହୋଇଛି, ଯାହା କୋଭିଡ଼ ସମୟରେ ସମସ୍ତେ ଦେଖିଛନ୍ତି । ଦୁର୍ବଳ ଟେଲି ଡେନ୍ସସିଟିରେ ୫ଜି ସେବା କଥା କହିବା ଦିନ ବେଳା ଲଣ୍ଠନ ଦେଖାଇବା ସଦୃଶ । ୨୫ ପ୍ରତିଶତ ଲୋକଙ୍କ ପାଖରେ ମୋବାଇଲ ସେବା ପହଁଚୁନାହିଁ । ଯେଉଁଠି ଅଛି ସେଠାରେ ଇଣ୍ଟରନେଟର କ୍ଵର୍ଲିଟି ନାହିଁ । ପାର୍ଲିଆମେଣ୍ଟ ପାଖରେ ୫ଜି ସେବା ଠିକ ସେ ମିଳିପାରିନାହିଁ । ଠିକ ଟେଲି ଡେନ୍ସସିଟି ପାଇବା ଓଡ଼ିଶା ବାସୀଙ୍କ ହକ । ଗ୍ରାମୀଣ ଅଞ୍ଚଳରେ ଟେଲି ଯୋଗାଯୋଗ ସୁଦୃଢ ନକଲେ ୫ଜି ସେବା ରାଜ୍ୟରେ ଡିଜିଟାଲ ଇନିକ୍ୟୁଟି ବଢ଼େଇବ । ଗ୍ରାମୀଣ ଟେଲି ସଂଯୋଗ ନେଇ କେନ୍ଦ୍ରମନ୍ତ୍ରୀ କୌଣସି ତଥ୍ୟ ରଖିନାହାନ୍ତି । କେତେ ସମୟ ଭିତରେ ଏହା ହେବ ସେ ବାବଦରେ ମଧ୍ୟ ପାର୍ଲିଆମେଣ୍ଟରେ ସୂଚନା ଦିଆଯାଉନାହିଁ । ଟେଲି ଡେନ୍ସସିଟି ନଥିବା ଅଞ୍ଚଳରେ ଆଦିବାସୀ ଲୋକ ରହୁଛନ୍ତି । ଏହା ବିଶେଷ ଭାବେ ମାଓ ପ୍ରଭାବିତ ଅଞ୍ଚଳ । ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଲାଗି ସେବା ପହଁଚେଇବା ପ୍ରାଥମିକତା ରହିବା କଥା । ୫ଜି ସେବାକୁ ସ୍ୱାଗତ କରୁଛୁ । ଓଡ଼ିଶା ଅଧିକ ଟେଲି ସଂଯୋଗ ଆବଶ୍ୟକ କରୁଛନ୍ତି ।