ଭୁବନେଶ୍ୱର : ଆଜି ୧୩୮ ତମ ପ୍ରତିଷ୍ଠା ଦିବସ ପାଳନ କରିଛି କଂଗ୍ରେସ । ଏହି ଅବସରରରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି କଂଗ୍ରେସ କ୍ଷମତାକୁ ଆସିଲେ ୨୦୦ ୟୁନିଟ୍ ଯାଏଁ ମିଳିବ ମାଗଣା ବିଜୁଳି । ୨୦୨୪ ନିର୍ବାଚନରେ ଓଡ଼ିଶାର ଜନସାଧାରଣ ବିଜେଡ଼ି ଓ ବିଜେପିକୁ ପ୍ରତ୍ୟାଖ୍ୟାନ କରି କଂଗ୍ରେସକୁ ଭରସା କରିବେ ।କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କୁ ଠକିଥିବା ସେ ଅଭିଯେଗ କରିଛନ୍ତି । ଦେଶ ଓ ରାଜ୍ୟରେ ବିକାଶ ହୋଇନାହିଁ । ବେରୋଜଗାର, ନାରୀ ନିର୍ୟାତନା ବଢ଼ିଥିବା ସେ କହିଛନ୍ତି । ୨୦୨୪ରେ ଦଳ ନିଶ୍ଚିତ କ୍ଷମତାକୁ ଆସିବ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।