ଭୁବନେଶ୍ୱର: ଆଜି ଅପରାହ୍ନରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ | ଅପରାହ୍ନ 5.30 ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ବିଭିନ୍ନ ବିଭାଗର 10 ରୁ ଅଧିକ ପ୍ରସ୍ତାବରେ କ୍ୟାବିନେଟର ମୋହର ବାଜିପାରେ । 2022 ବର୍ଷର ଶେଷ ରାଜ୍ୟ କ୍ୟାବିନେଟ ବୈଠକ ଆଜି ବସିବ । ବଢୁଥିବା କୋଭିଡ଼ ସଂକ୍ରମଣ ଓ ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ବିଭିନ୍ନ ବିଭାଗର ପ୍ରସ୍ତାବରେ ମୋହର ମାରିବ ରାଜ୍ୟ କ୍ୟାବିନେଟ । ବୈଠକରେ ନଗର ଉନ୍ନୟନ, ସ୍ୱାସ୍ଥ୍ୟ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ, କ୍ରୀଡା, ଶିଳ୍ପ ଓ ଓଡିଆ, ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ବିଭିନ୍ନ ପ୍ରସ୍ତାବରେ କ୍ୟାବିନେଟ ମୋହର ପାରିପାରେ । ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିସି ଜରିଆରେ ବୈଠକର ଅଧ୍ୟକ୍ଷତାରେ କରିବେ । ସେହିପରି ମନ୍ତ୍ରୀ ମାନେ ଲୋକସେବା ଭବନ ଓ ଜିଲ୍ଲା ମୁଖ୍ୟାଳୟରୁ ଯୋଡି ହେବେ ।