ସତ୍ୟସାଇ ବାବାଙ୍କର ୯୭ତମ ଜନ୍ମ ଉତ୍ସବ ପାଳିତ

ସାଲେପୁର/ତାରାକାନ୍ତ ନାୟକ: ଶ୍ରୀ ସତ୍ୟସାଇ ସେବା ସମିତି ସାଲେପୁର ଆନୁକୁଲ୍ୟରେ ଶ୍ରୀ ସତ୍ୟସାଇ ବାବାଙ୍କ ୯୭ତମ ଜନ୍ମ ଉତ୍ସବ ମହା ସମାରୋହରେ ପାଳନ କରାଯାଇଛି | ପ୍ରଭାତରୁ ସୂ ପ୍ରଭାତମ୍,ନଗର ସଙ୍କୀର୍ତ୍ତନ,ପ୍ରଶାନ୍ତି ଧ୍ଵଜା ଉତ୍ତୋଳନ ସହିତ ଷୋଡ଼ଶ ଉପଚାର ପୂଜା,ଲକ୍ଷାଚନା,ଭଜନ, ନାରାୟଣ ସେବା,ସମୂହ ପ୍ରସାଦସେବନ ସନ୍ଧ୍ୟାରେ ୯୭ ଦୀପ ପ୍ରଜ୍ବଳନ,ଝୁଲଣ ସହିତ ଆରତୀ ପ୍ରଦାନ କରାଯାଇଥିଲା। ଏଥିରେ ସାଲେପୁର ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ,ଛାତ୍ର,ଛାତ୍ରୀ, ବୁଦ୍ଧିଜୀବୀ ମାନେ ଏହି ଅଧ୍ୟାତ୍ମିକ ପରିବେଶରେ ନିଜକୁ ସାମିଲ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାଇସୁଂଡା, କେନ୍ଦୁପାଟନା ,ଜପକୁଦ, ବୋଇଲୋ ବାଲାଶ୍ରମ ଅଞ୍ଚଳରେ ଥିବା ଶ୍ରୀସତ୍ୟସାଇ ଭଜନ ମଣ୍ଡଳୀର ଶତାଧିକ ଭକ୍ତ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମ ଟିକୁ ସମିତି ଆବାହକ ଦେବୀ ପ୍ରସାଦ ବେହେରା ,ନିମାଇଁ ଚରଣ ବିଶ୍ବାଳ,ଶକ୍ତି ପ୍ରସାଦ ନନ୍ଦ,ବିରେନ୍ଦ୍ର କୁମାର ଭୂୟାଁ,ପ୍ରଶାନ୍ତ କୁମାର ଷଡଙ୍ଗୀ,ପୁରନ୍ଦର ମଲ୍ଲ,ଶରତ କୁମାର ପଣ୍ଡା,ଅନ୍ନପୂର୍ଣ୍ଣା କର, ସବିତା କର,ଓ ନିର୍ମଳା ଦାଶ, ସୁଚାରୁ ରୁପେ ପରିଚାଳନା କରିଥିଲେ।