ବଜ୍ରାଘାତରେ ଗାଇ ଚରାଳି ଯୁବକର ମୃତ୍ୟୁ

ଗଞ୍ଜାମ/ରଜନୀକାନ୍ତ ପାତ୍ର : ବଜ୍ରାଘାତରେ ଗାଇ ଚରାଳି ଯୁବକର ମୃତ୍ୟୁ । ଗାଈ ଗୋଠନେଇ ଚରାଉଥିବା ଯୁବକକୁ ବଜ୍ରାଘାତ ମାରିବାରୁ ଘଟଣା ସ୍ଥଳରେ ତାର ମୃତ୍ୟ ଘଟିଛି । ମୃତକ ଜଣକ ହେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଲକ ସଣ୍ଡl ଗ୍ରାମର ମୋଚିରାମ ଗୌଡ଼ଙ୍କ ପୁଅ ମହେଶ୍ୱର ଗୌଡ଼ (୩୫) | ମହେଶ୍ୱର ପ୍ରତିଦିନ ଭଳି ଆଜି ଗାଈଗୋଠ ନେଇ ନିକଟସ୍ଥ ପଡିଆକୁ ଯାଇଥିଲେ ।

ସନ୍ଧ୍ୟା ୫:୩୦ ମିନଟ ସମୟରେ ବର୍ଷାହେବାରୁ ମହେଶ୍ୱର ଏକ ଗଛମୂଳେ ଆଶ୍ରୟ ନେଇଥିଲେ ସେହି ସମୟରେ ବଜ୍ରପାତ ହେଇଥିଲା ଘଟଣା ସ୍ଥଳରେ ମହେଶ୍ୱରର ମୃତୁ ଘଟିଥିଲା । ସ୍ଥାନୀୟ ଲୋକେ ମହେଶ୍ୱରକୁ ଗୋବରା ମେଡିକାଲକୁ ଆଣିଥିଲେ ଡାକ୍ତର ମହେଶ୍ୱରକୁ ମୃତ ଘୋଷଣା କରିଥିଲେ । ମହେଶ୍ୱର ଗରିବ ପରିବାରର ହୋଇଥିବାରୁ ତା ପରିବାରକୁ ସରକାରୀ ସାହାଯ୍ୟ ଯୋଗେଇଦେବାକୁ ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ଗୌଡ଼ ଦାବି କରିଛନ୍ତି ।