ସାଲେପୁର(ତାରାକାନ୍ତ ନାୟକ) : ଗତକାଲି ଗର୍ଭଣା ସଂକ୍ରାନ୍ତିର ପ୍ରାତଃ ସମୟରେ ସାଲେପୁର ବରିଷ୍ଠ ନାଗରିକ ଶିବଚରଣ ନାୟକଙ୍କ ପରଲୋକ ଘଟିଛି ।ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ ମିଶ୍ରଙ୍କ ବାପା ହେଉଛନ୍ତି ସ୍ୱର୍ଗତଃ ଶିବଚରଣ ମିଶ୍ର । ବ୍ରେନ୍ ଷ୍ଟ୍ରୋକ ରେ ଆକ୍ରାନ୍ତ ହୋଇ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେବା ପରେ ନିଜ ବାସ ଭବନକୁ ଅଣାଯାଇ ଚିକିତ୍ସା କରାଯାଉଥିଲା।
ଚିକିତ୍ସାଧିନ ଥିବା ବେଳେ ପରଲୋକ ଘଟିଛି।ମୃତ୍ୟୁ ଶଯ୍ୟା ନିକଟରେ ଜ୍ୟେଷ୍ଠ ପୁତ୍ର ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ ମିଶ୍ର,ଦିଜନ କୁମାର ମିଶ୍ର,ତ୍ରିଲୋଚନ ମିଶ୍ର ଝିଅ ଆରତୀ ମିଶ୍ର,ପୁତ୍ରବଧୂ ପୁଷ୍ପା,ଅନୁ, ବୀଣା ପୁତୁରା ରବି,ପ୍ରଶାନ୍ତ,ନାତି ପାପୁନି ଲିଟୁନାଙ୍କ ସହ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ।ପୁରୀ ସ୍ଵର୍ଗଦ୍ଵାରରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା।ବଡ଼ପୁଅ ପ୍ରଫୁଲ୍ଲ ମୁଖାଗ୍ନି ଦେଇଥିଲେ।ସ୍ବର୍ଗତ ମିଶ୍ର ଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।ସ୍ବର୍ଗତ ମିଶ୍ର ଜଣେ ଜଣାଶୁଣା ମିଷ୍ଠ ଭାଷୀ, ପରୋପକାରୀ,ଧର୍ମପରାୟଣ ବ୍ୟକ୍ତି ଥିଲେ।