ପୁରୀ(ଜୟନ୍ତ କୁମାର ସ୍ୱାଇଁ): ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ରହିଥିଲା । ଏଥିପାଇଁ ତାଙ୍କୁ ରାଜନୀତି ତଥା ସାରା ଓଡିଶା ବାସିଙ୍କ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତା ସୁଅ ଛୁଟିଥିଲା । ତେବେ ମୁଖ୍ୟମନ୍ତ୍ରୀ ୭୭ବର୍ଷରେ ପାଦଥାପିଛନ୍ତି । ତାଙ୍କ ପ୍ରଂଶସକ ମାନେ ଜନ୍ମ ଦିନର ଶୁଭେଚ୍ଛା ଦେଉଥିଲେ । ହେଲେ ପୁରୀରେ ଏକ ବାଲୁକା ଶିଳ୍ପୀ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଥିବା କଥା ଦେଖାଦେଇଛି । ଶିଳ୍ପୀଙ୍କ ନାମ ହେଉଛି ସୁଦାମା ପ୍ରଧାନ । ଏକ ସ୍ୟାଣ୍ଡ ଆନିମେସନ କରି ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ ।