ମା ପ୍ରଧାନ ଶିକ୍ଷୟତ୍ରୀ ପାଠ ପଢାଉଛି ଝିଅ

ଆଳି: ଜିଲ୍ଲା ଶିକ୍ଷା ବ୍ୟବସ୍ଥାର ଅବବ୍ୟବସ୍ଥାରେ ପରିଣତ । ଲାଞ୍ଚ ନେଇ ଖୋଦ ଡିଇଓ ଭିଜିଲାନ୍ସ ଦ୍ୱାରା ଧରା ପଡି ଜେଲରେ । ରାଜକନିକା ବ୍ଲକର ଶିକ୍ଷା ବ୍ୟବସ୍ଥାରେ ଅନିୟମିତତା ଦିନକୁ ଦିନ ଗୋଟେ ପରେ ଗୋଟେ ପଦାକୁ ଆସୁଛି । ସେହିଭଳି ଘଟଣା ହେଉଛି ରାଉତବର୍ତ୍ତନୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ କିଛି ଦିନ ହେବ ଶିକ୍ଷୟତ୍ରୀ ମାଙ୍କ ପାଇଁ ତାଙ୍କ ଝିଅ ଶିକ୍ଷାଦାନ କରିବା ସାଧାରଣ ଚର୍ଚ୍ଚାକୁ ଆସିଛି । ଝିଅ ଉପରେ ଦାୟିତ୍ୱ ନ୍ୟସ୍ତ କରି ଏବେ ହରଡ଼ଘଣାରେ ମା’ । ମା’ଙ୍କ ଉପରେ ବିଭାଗୀୟ ଛାଟ ବାଜିବା ସହ ମଗାଯାଇଛି କାରଣ ଦର୍ଶାଓ ନୋଟିସ ।

ଏକ ୟୁପି ସ୍କୁଲର ପ୍ରଧାନଶିକ୍ଷୟତ୍ରୀ ପ୍ରାୟ ୧୫ ଦିନ ହେବ ସ୍କୁଲ ଯାଉ ନ ଥିବା ବେଳେ ତାଙ୍କ ଅନୁପସ୍ଥିତିରେ ସ୍କୁଲ ଯାଇ ପାଠ ପଢ଼ାଉଛନ୍ତି ଝିଅ। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ରାଉତ ବର୍ତ୍ତନୀ ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷା ବିଭାଗର ଏପରି ବିଚିତ୍ର ବ୍ୟବସ୍ଥା ଚିତ୍ର ଏବେ ସାମ୍ନାକୁ ଆସିଛି । ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଅହଲ୍ୟା ବିଶ୍ୱାଳ ଅସୁସ୍ଥତା ହେତୁ ପ୍ରାୟ ୧୫ ଦିନ ହେବ ବିଦ୍ୟାଳୟ ଯାଉନାହାନ୍ତି।

ତାଙ୍କ ସ୍ଥାନରେ ତାଙ୍କ ଝିଅ ସୀମାରେଖା ମହାନ୍ତି ନିୟମିତ ମା’ଙ୍କ ପାଇଁ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି। ଏ ସମ୍ପର୍କରେ କଥା ପ୍ରଘଟ ହେବା ପରେ ଘଟଣାର ଖୋଳତାଡ଼ ଆରମ୍ଭ ହେଲା । ଏନେଇ ବିଇଓଙ୍କ ରିପୋର୍ଟ ତାଙ୍କ ପାଖରେ ଥିବା କହିଛନ୍ତି ପ୍ରଧାନଶିକ୍ଷୟିତ୍ରୀଙ୍କ ଝିଅ। ଏଠି ପ୍ରଶ୍ନ ଉଠେ ନିଜ ଗାଁର ଝିଅ ହେଉ କି ବୋହୁ ନିଜ ଗାଁରେ ଶିକ୍ଷାଦାନ କରିବା ଯୋଗୁଁ ଏଭଳି ଘଟଣା ଘଟୁଛି। ତେଣୁ ପ୍ରଶ୍ନ ଉଠୁଛି ବିଇଓ ଉପରେ ସେ ଜାଣିଶୁଣି ଅଜଣା ଥିବା ଜଣାପଡୁଛି।