ଭୁବନେଶ୍ୱର: ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ମିଳିଛି ନୂଆ ଦାୟିତ୍ୱ । ସାମୁଦ୍ରିକ ଦ୍ରବ୍ୟ ଉତ୍ପାଦ ରପ୍ତାନୀ ଉନ୍ନୟନ କତ୍ତୃପକ୍ଷ ବା (ଏମପିଇଡିଏ)ର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ମଙ୍ଗରାଜ । ଯାହା ରାଜ୍ୟ ପାଇଁ ଆଉ ଏକ ଗୈାରବ ଆଣିଦେଇଛି । ତେବେ ରାଜ୍ୟସଭା ଉପ ସଚିବ ସତୀଶ ମେସରା ମଙ୍ଗରାଜ ନିର୍ବାଚିତ ହୋଇଥିବା ନେଇ ଚିଠି ମାଧ୍ୟମରେ ଜଣାଇଛନ୍ତି । ସେପଟେ ଏମପିଇଡିଏର ସଦସ୍ୟ ଭାବେ ନିର୍ବାଚିତ ହେବାପରେ ସଫଳାତର ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ସେ ଏହା ମଧ୍ୟ ଟ୍ୱିଟରେ ଲେଖିଛନ୍ତି, ସାମୁଦ୍ରିକ ଉତ୍ପାଦ ଶିଳ୍ପକୁ ଆଗକୁ ନେବା ପାଇଁ ମୋର ମୂଲ୍ୟବାନ ଅବଦାନକୁ ଅପେକ୍ଷା କରିଛି ।
ତେବେ ସାଂସଦ ଭାବେ ନିର୍ବାଚିତ ହେବା ପରେ ଚଳିତ ଅଧିବେଶନରୁ ସାଂସଦ ଭାବେ ଯୋଗ ଦେଇଛନ୍ତି ମଙ୍ଗରାଜ । ଜଣେ ନୂତନ ସାଂସଦ ହୋଇଥିଲେ ମଧ୍ୟ ସାମୁଦ୍ରିକ ଦ୍ରବ୍ୟ ରପ୍ତାନି ଉନ୍ନୟନ କତ୍ତୃପକ୍ଷର ସଦସ୍ୟ ଭାବେ ନିର୍ବାଚିତ ହେବା ରାଜ୍ୟ ପାଇଁ ଏକ ଗୈାରବ । ଅନ୍ୟପକ୍ଷରେ ୧୯୭୨ ମସିହାରେ ସଂସଦରେ ସାମୁଦ୍ରିକ ରପ୍ତାନୀ ଉନ୍ନୟନ ପ୍ରାଧିକରଣ (ଏମପିଇଡିଏ)ର ଗଠନ କରାଯାଇଥିଲା । ଏହାପୂର୍ବରୁ ଭାରତ ସରକାରଙ୍କ ଦ୍ୱାରା ୧୯୬୧ରେ ପ୍ରତିଷ୍ଠିତ ସାମୁଦ୍ରିକ ଦ୍ରବ୍ୟ ରପ୍ତାନୀ ପ୍ରୋତ୍ସାହନ ପରିଷଦ ୨୫ ଅଗଷ୍ଟ ୧୯୭୨ରେ ସଂସଦ ଗଠିତ ସାମୁଦ୍ରିକ ଉତ୍ପାଦ ଉତ୍ପାଦ ରପ୍ତାନୀ ଉନ୍ନୟନ ପ୍ରାଧିକରନ ଏମପିଇଡିଏ ରୂପାନ୍ତରିତ ହୋଇଯାଇଥିଲା ।
ଏହାସହିତ ଦେଶରୁ ରପ୍ତାନି ହେଉଥିବା ସାମୁଦ୍ରିକ ଉତ୍ପାଦ ସହ ଜଡିତ ଶିଳ୍ପକୁ ବିଶେଷ ପ୍ରୋତ୍ସାହିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ମାଛଚାଷ ଓ ଉତ୍ପାଦନ ବୃଦ୍ଧି ପାଇଁ ଭିତ୍ତିଭୂମିର ଉନ୍ନତି ଓ ନିର୍ମାଣ ଦିଗରେ ପଦକ୍ଷେପ ନିଆଯାଉଥିବା ସମୟରେ ରାଜ୍ୟର ସାଂସଦ ମାନଓ ମଙ୍ଗରାଜ ସାମୁଦ୍ରିକ ଉତ୍ପାଦ ରପ୍ତାନୀ ଉନ୍ନୟନ କତ୍ତୃପକ୍ଷ (ଏମପିଇଡିଏ) ର ସଦସ୍ୟ ଭାବେ ନିର୍ବାଚିତ ହେବା ରାଜ୍ୟପାଇଁ ଭଲଫଳପ୍ରଦ ହେବ ବୋଲି ଅନୁମାନ କରାଯାଉଛି ।